ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷାର ତାଣ୍ଡବ: ଗଲାଣି ୧୮ଜଣଙ୍କ ଜୀବନ, ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ତାଣ୍ଡବ ରଚିଛି ବର୍ଷା। ଲଗାଣ ବର୍ଷାରେ ବେହାଲ ହୋଇଛି ଏହି ଦୁଇ ରାଜ୍ୟ। ଚାରିଆଡ଼େ ପାଣି ହିଁ ପାଣି। ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ହୋଇଯାଇଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହା ସହ ଦୁଇଟି ରାଜ୍ୟରୁ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ତେଲେଙ୍ଗାନାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୪ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏକ ବୈଠକ ଡ଼କାଇଥିବା ଜଣା ପଡ଼ିଛି। ଲଗାଣ ବର୍ଷା ପାଇଁ ପରିସ୍ଥିତିକୁ ଦେଖି ଅକ୍ଟୋବର ୧୪ ଏବଂ ୧୫ରେ ଓସମାନିଆ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ତେବେ ଏହି ଦୁଇ ରାଜ୍ୟରେ ବର୍ଷା ରଚିଥିବା ତାଣ୍ଡବର ଅନେକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେଉଁଠି ଗାଡ଼ି ଭାସିଯାଉଛି ତ କେଉଁଠି ଘର ଭିତରେ ପାଣି ପଶି ଘର ଭୁଶୁଡ଼ି ପଡ଼ୁଛି।

 

ସମ୍ବନ୍ଧିତ ଖବର