ଦ୍ୱିତୀୟ ଥର ବାପା ହୋଇଥାଆନ୍ତେ ସହିଦ୍‌ ରତନ! ପତ୍ନୀଙ୍କ ମୁହଁରୁ ଖୁସି ଖବର ଶୁଣିବା ପରେ ସହିଦ ହେଲେ ବୀର ଯବାନ

ପୁଲଓ୍ଵାମା: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍‌ ଯବାନଙ୍କୁ ହରାଇଛି ଭାରତ। ସହିଦ ହୋଇଥିବା ଯବାନମାନଙ୍କ ପରିବାରରେ ଏଯାଏ ବନ୍ଦ ହୋଇନି କାନ୍ଦବୋବାଳି। କିଏ ପୁଅ ହରାଇଛି ତ କିଏ ସ୍ୱାମୀ, ପୁଣି କିଏ ବାପା ତ କିଏ ଭାଇ! ଗତ ୩ ଦିନ ହେବ ଦେଶରେ ଶୋକାକୂଳ ପରିବେଶ ଲାଗି ରହିଛି। ଅନେକ ସହିଦ ପରିବାରଙ୍କ କାହାଣୀ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି।

ମାତ୍ର ଆକ୍ରମଣରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ୪୫ତମ ବଟାଲିୟନ୍‌ର କନେଷ୍ଟବଲ ରତନ କୁମାର ଠାକୁରଙ୍କ କାହାଣୀ ଅତ୍ୟନ୍ତ ହୃଦୟ ବିଦାରକ। ଘରେ ତିନି ବର୍ଷର ପୁଅ ମୁଣ୍ଡରୁ ଉଠିଗଲା ବାପାର ହାତ। ବିଧବା ହୋଇଗଲେ ପତ୍ନୀ। ତେବେ, ସବୁଠାରୁ ଦୁଃଖର କଥା ହେଉଛି ଦୁନିଆ ଦେଖିବା ପୂର୍ବରୁ କାହା ମୁଣ୍ଡରୁ ଉଠିଯାଇଛି ବାପର ହାତ।

ହସ୍ତଗତ ହୋଇଥିବା ଖବରରୁ ଜାଣିବାକୁ ମିଳିଛି ଯେ, ରତନ କୁମାରଙ୍କ ପତ୍ନୀ ଥିଲେ ଗର୍ଭବତୀ। ରତନଙ୍କୁ ତାଙ୍କ ପତ୍ନୀ ଏହି ଖବର ଦେବାର ମାତ୍ର କିଛି ସମୟ ଭିତରେ ଘଟିଥିଲା ଆକ୍ରମଣ। ଦ୍ୱିତୀୟ ଥର ବାପା ହେବା ଖୁସିରେ ରତନ ମସ୍‌ଗୁଲ ହୋଇ ଯାଇଥିଲେ। ପତ୍ନୀଙ୍କୁ କହିଥିଲେ ଶ୍ରୀନଗରରେ ପହଞ୍ଚି କଲ୍‌ କରିବି। ମାତ୍ର ଆଉ ଆସି ନ ଥିଲା ରତନଙ୍କ ଫୋନ୍‌ କଲ୍‌!

ସମ୍ବନ୍ଧିତ ଖବର