ପ୍ରେମିକାକୁ ହତ୍ୟାକରି ପାଣି ଟାଙ୍କିରେ ଲୁଚାଇଥିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଜି ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛି। ପ୍ରେମିକାକୁ ହତ୍ୟା କରିବାପରେ ସେ ନିଜର ନିର୍ମାଣାଧୀନ ଘରର ଏକ ପାଣି ଟାଙ୍କିରେ ଶବକୁ ଲୁଚାଇ ରଖିଥିଲା। ଅଭିଯୁକ୍ତର ନାଁ ଅରବିନ୍ଦ। ତା’ ପ୍ରେମିକାର ନାଁ ରାଜ କେସର। ଏସଏଚ୍‌ଓ ବିଶ୍ବଜିତ ସିଂହ କହିଛନ୍ତି, ଅଭିଯୁକ୍ତ ଅରବିନ୍ଦ କରଚନା ଥାନା ଅଞ୍ଚଳର ମ‌ାହେୱା ଅଞ୍ଚଳରେ ରହୁଥିଲା। ତା’ର ନିର୍ମାଣାଧୀନ କୋଠାରୁ ହିଁ ମୃତଦେହ ମିଳିଛି। ପୁଲିସ କହିଛି ଅରବିନ୍ଦ କେସରଙ୍କୁ ୧୪ ଦିନ ପୂର୍ବରୁ ହତ୍ୟା କରିଛି।

ମରଶରୀରକୁ ସେ ଟାଙ୍କିରେ ଲୁଚାଇ ରଖିଥିଲା ଏବଂ ପରେ ଏହାକୁ ଅନ୍ୟତ୍ର ଫୋପାଡ଼ିବାକୁ ଯୋଜନା କରିଥିଲା। ମେ’ ୩୦ ତାରିଖରେ କେସର ନିଖୋଜ ଥିବା ନେଇ ତାଙ୍କ ପରିବାର ସଦସ୍ୟ ପୁଲିସରେ ଏତଲା ରୁଜୁ କରିଥିଲେ। ଏହାପରେ କେସରଙ୍କ ଫୋନ୍‌ର କଲ ରେକର୍ଡ ଆଧାରରେ ପୁଲିସ ଅରବିନ୍ଦଙ୍କୁ ଜେରା ପାଇଁ ଥାନାକୁ ନେଇଥିଲା ଏବଂ ବ୍ୟାପକ ଖୋଳତାଡ଼ ପରେ ସବୁକଥା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର