ଜାକର୍ତ୍ତା: ଇଣ୍ଡୋନେସିଆର ପପୁଆ ପ୍ରଦେଶରେ ଜଣେ ଯୁବକଙ୍କୁ ଏକ କୁମ୍ଭୀର ମାରିଦେବା ଘଟଣାରେ ଗ୍ରାମବାସୀ ପ୍ରତିଶୋଧପରାୟଣ ହୋଇ ୨୯୨ କୁମ୍ଭୀରଙ୍କ ଜୀବନ ନେଇଛନ୍ତି। ସୁଗିଟୋ ନାମକ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଗତ ଶନିବାର ଏକ କୁମ୍ଭୀର ଫାର୍ମ ନିକଟରୁ ଘାସ ଆଣିବାକୁ ଯାଇଥିବା ବେଳେ ଫାର୍ମ ମଧ୍ୟକୁ ଖସି ପଡ଼ିଥିଲେ। ଫଳରେ କୁମ୍ଭୀର କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ସ୍ଥାନୀୟ ବାସିନ୍ଦା କ୍ରୋଧାନ୍ଵିତ ହୋଇ ଥାନାରେ ବିକ୍ଷୋଭ କରିଥିଲେ। ତେବେ ପୁଲିସ ଜନତାଙ୍କୁ ବୁଝାଇବା ସହ ଫାର୍ମ ପକ୍ଷରୁ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଜନତା ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ। ସେମାନ ସିଧା ଉକ୍ତ କୁମ୍ଭୀର ଫାର୍ମକୁ ଯାଇ ଛୁରି ଏବଂ ବିଭିନ୍ନ ଅସ୍ତ୍ରରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ପାଖାପାଖି ୨୯୨ କୁମ୍ଭୀରଙ୍କୁ ହତ୍ୟା କରିଥିଲେ।
ମାରିଦେଲେ ୩୦୦ କୁମ୍ଭୀର
/sambad/media/post_attachments/wp-content/uploads/2018/07/5b4c5c78062a6b25008b4b2b-750-563.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)