ଚଣ୍ଡିଗଡ଼: ଗତ ଅକ୍ଟୋବର ୩୦ ତାରିଖରେ ଅମୃତସରର ଭରତ ନଗର ମାର୍କେଟ୍ରେ ଜଣେ ହିନ୍ଦୁ ସଂଘର୍ଷ ସେନା ନେତା ବିପନ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେବେ ଗ୍ୟାଙ୍ଗଷ୍ଟର ସରଜ ଶଣ୍ଢୁ ନିଜେ ହତ୍ୟାକାରୀ ବୋଲି ସ୍ୱୀକାର କରିଛି। ଏକ ଫେସବୁକ୍ ପୋଷ୍ଟ୍ ମାଧ୍ୟମରେ ସେ ଶର୍ମାଙ୍କୁ ହତ୍ୟା କରିଥିବା ମାନିନେଇଛି। ତେବେ ଏହା କୌଣସି ଧର୍ମ ସହ ଜଡ଼ିତ ନୁହେଁ ବରଂ ସେ ବ୍ୟକ୍ତିଗତ ଆକ୍ରୋଶରୁ ଶର୍ମାଙ୍କୁ ମାରିଥିବା ଦାବି କରିଛି। ସୂଚନା ଥାଉ କି, ସରଜ ଶଣ୍ଢୁ ସହ ଅନ୍ୟ ୩ ଜଣ ଦୁର୍ବୃତ୍ତ ବିପନ ଶର୍ମାଙ୍କୁ ହତ୍ୟା କରିଥିଲେ। ଉଦ୍ଧାର ହୋଇଥିବା ସିସିଟିଭି ଫୁଟେଜ୍ରୁ ଶଣ୍ଢୁ ବିପନଙ୍କ ଉପରକୁ ୭ ରାଉଣ୍ଡ୍ ଗୁଳି ଚଳାଇଥିଲା। ଶଣ୍ଢୁର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଶର୍ମାଙ୍କ ଉପରକୁ ଗୁଳି ଚଳାଇଥିଲା କିନ୍ତୁ ସେ ତା’ ମୁହଁକୁ ଏକ କପଡ଼ାରେ ଢାଙ୍କି ରଖିଥିଲା। ତେବେ ସମସ୍ତ ଅଭିଯୁକ୍ତ ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବାପାଇଁ ଉଦ୍ୟମ ଜାରି ରଖିଛି।
ଫେସ୍ବୁକ୍ରେ ସ୍ୱୀକାର କଲା ଆତତାୟୀ
ଅମୃତସରରେ ହିନ୍ଦୁ ନେତାଙ୍କୁ ହତ୍ୟା ଘଟଣା
/sambad/media/post_attachments/wp-content/uploads/2017/11/saraj-sandhu-admitedin-face-book.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)