ସେକ୍ସ ପାଇଁ ମନା କରିବାରୁ ସ୍ତ୍ରୀକୁ ହତ୍ୟା

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ବିହାରର ଜଣେ ଇଲେକ୍ଟ୍ରିସିଆନ ଯୌନସଂଗମ ପାଇଁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କରିବା ପରେ ପତ୍ନୀ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୃଥ୍ବୀରାଜ ସିଂହ ମାତ୍ର ୯ ମାସ ତଳେ ଜ୍ୟୋତି କୁମାରୀଙ୍କୁ ବିବାହ କରିଥିଲେ। ସେ ସ୍ତ୍ରୀକୁ ହତ୍ୟା କରିଥିବା ଧରାପଡ଼ିବା ପରେ ପୁଲିସ ଆଗରେ କହିଛନ୍ତି ‌ଯେ ଜ୍ୟୋତି କୁମାରୀ ଓ ତାଙ୍କ ବାପଘର ଲୋକେ ତାଙ୍କ ବୟସ ଲୁଚାଇ ବାହାଘର କରିଥିଲେ। ତାଙ୍କ ବୟସ ୨୮ ବୋଲି ପରିବାର ଲୋକ କହିଥିବା ବେଳେ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ପ୍ରକୃତ ବୟସ ୩୮ ଏବଂ ସେ ତାଙ୍କଠାରୁ ବୟସରେ ୧୦ ବର୍ଷ ବଡ଼। ବୟସାଧିକ୍ୟ ହେତୁ ସେ ଯୌନକ୍ରିୟାରେ ସହଯୋଗ କରିନଥିବାରୁ ତାଙ୍କୁ ହତ୍ୟା କରିଥିବା ପୃଥ୍ବୀରାଜ ସ୍ବୀକାର କରିଛି। ଜ୍ୟୋତିଙ୍କ ଗଳିତ ଶବକୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର