ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମ୍ବେଦକର ଜିଲ୍ଲା ଅର୍ନ୍ତଗତ ବସହିଆ ଗ୍ରାମରେ ଭଉଣୀର ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ବିରୋଧ କରି ତା’କୁ ହତ୍ୟା କରିବା ଘଟଣା ସାରା ଗାଁକୁ ସ୍ତବ୍ଧ କରିଦେଇଛି। ତେବେ ପ୍ରଥମେ ଭଉଣୀକୁ ଗୁଳି କରିବାରେ ସେ ନ ମରିବାରୁ ନୃଶଂସ ଭାଇ ଜଣକ ତା’କୁ ଜିଅନ୍ତା ପୋତିଦେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ପୁଲିସ ଘଟଣାର ତଦନ୍ତ କରି ଯୁବତୀଙ୍କ ଭାଇ ଏବଂ ବାପାଙ୍କୁ ଗିରଫ କରଛି।
ପୁଲିସ୍ ସୂଚନା ମୁତାବକ, ବସହିଆ ଗାଁର ଦୀପାଞ୍ଜଳିଙ୍କର ପାଖ ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କ ସହ ସମଲିଙ୍ଗୀ ସମ୍ପର୍କ ରହିଆସିଥିଲା। ଏପରିକି କିଛିଦିନ ତଳେ ସେ ତାଙ୍କ ସାଥୀଙ୍କ ସହ ଘର ଛାଡ଼ି ପଳାଇଥିଲେ। ପରେ ପରିବାରର ଅଭିଯୋଗ କ୍ରମେ ପୁଲିସ ଦୀପାଞ୍ଜଳିଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣିଥିଲା। ତେବେ ଏହା ଦ୍ୱାରା ପରିବାରର ମାନସମ୍ମାନ ଉପରେ ଆଞ୍ଚ ଆସିିଥିବା ବିଚାରି ଦୀପାଞ୍ଜଳିଙ୍କୁ ପରିବାର ଲୋକେ ଜୀବନରେ ମାରିଦେବାକୁ ଯୋଜନା କରିଥିଲେ। ପ୍ରଥମେ ଦୀପାଞ୍ଜଳିଙ୍କୁ ତାଙ୍କ ଭାଇ ବାପାଙ୍କ ନିର୍ଦ୍ଦେଶରେ ଗୁଳି କରିଥିଲେ। ମାତ୍ର ସେ ସେଥିରେ ନ ମରି ଭୀଷଣ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ନିଷ୍ଠୁର ପରିବାର ଲୋକେ ତାଙ୍କୁ ଜୀବନ୍ତ ପୋତି ଦେଇଥିଲେ। ପର ଦିନ ସକାଳେ ଦୀପାଞ୍ଜଳି ଫେରାର ହୋଇଯାଇଛନ୍ତି ବୋଲି ପରିବାର ଲୋକେ ପୁଲିସରେ ମିଛ ଅଭିଯୋଗ ଆଣିଥିଲେ। ମାତ୍ର ପୁଲିସର ସନ୍ଦେହ ହେବାରୁ ପଚରାଉଚୁରା ପରେ ସତ ପଦାକୁ ଆସିଥିଲା।
ସମଲିଙ୍ଗୀ ସମ୍ପର୍କରୁ ଅନରକିଲିଂ!
ଗୁଳିରେ ନମରିବାରୁ ଭଉଣୀକୁ ଜିଅନ୍ତା ପୋତିଦେଲା ଗୁଳିରେ ନମରିବାରୁ ଭଉଣୀକୁ ଜିଅନ୍ତା ପୋତିଦେଲା
/sambad/media/post_attachments/wp-content/uploads/2018/01/images-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)