ଚଣ୍ଡିଗଡ଼ : ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆସନ୍ତା ୧୨ ତାରିଖରେ ପିରାମଲ୍ ଗ୍ରୁପ୍ ଅଧ୍ୟକ୍ଷ ଅଜୟ ପିରାମଲ୍ଙ୍କ ପୁଅ ଆନନ୍ଦଙ୍କୁ ବିବାହ କରିବେ। ଏନେଇ ଗତ ୭ ତାରିଖ ଠାରୁ ବିବାହ ଉତ୍ସବ ଜନିତ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ସାରା ବିଶ୍ବରେ ବିଭିନ୍ନ ସ୍ଥାନରୁ ଅମ୍ବାନୀଙ୍କ ବନ୍ଧୁମାନେ ଏବେ ଭାରତରେ ଆସି ପହଞ୍ଚି ସାରିଛନ୍ତି। ରାଜସ୍ଥାନର ଉଦୟପୁରରେ ଇଶାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଆମେରିକାର ପୂର୍ବତନ ପ୍ରଥମ ମହିଳା ତଥା ୨୦୧୬ ମସିହାରେ ଡିମୋକ୍ରାଟ୍ର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ୍ ଆଜି କଡ଼ା ସୁରକ୍ଷା ଭିତରେ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେବାପାଇଁ ଭାରତରେ ପହଞ୍ଚିଛନ୍ତି। ଇଶା ଅମ୍ବାନୀଙ୍କ ବିବାହ ଉତ୍ସବ ପାଇଁ ତାରକାମାନଙ୍କର ମଧ୍ୟ ଭିଡ଼ ଜମିଛି। ୪ ଦିନିଆ ‘ଅନ୍ନ ସେବା’ ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୭ରୁ ଆରମ୍ଭ ହୋଇଥିବା ଅନ୍ନ ସେବା କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୫,୧୦୦ ଲୋକଙ୍କୁ ୩ ଓଳି ଖାଇବାକୁ ଦିଆଯାଉଛି। ଇଶାଙ୍କ ବିବାହ ଉତ୍ସବର ଏକ ଖାସ୍ ସ୍ବତନ୍ତ୍ରତା ହେଉଛି ଏଠାରେ ଏକ ସ୍ବଦେଶ ବଜାର ପ୍ରଦର୍ଶନୀ ଚାଲିଛି। ଏହି ସ୍ବଦେଶ ବଜାରରେ ଭାରତର ବିଭିନ୍ନ ଅଂଶରୁ ୧୦୮ଟି ପାରମ୍ପରିକ ଭାରତୀୟ କଳାକୃତିର ପ୍ରଦର୍ଶନ କରାଯିବ। ୩ ଦିନ ଧରି ନାଚଗୀତର ଆସର ଜମିବ। ଉଦୟପୁର ସ୍ଲିପି ଏୟାରପୋର୍ଟରେ ଏବେ ୧୦୦ରୁ ଊର୍ଦ୍ଧ୍ବ ଚାର୍ଟର୍ଡ ବିମାନ ପହଞ୍ଚିଛି।
ଭାରତରେ ହିଲାରୀ କ୍ଲିଣ୍ଟନ୍
ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେବେ
/sambad/media/post_attachments/wp-content/uploads/2018/12/Hillary.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)