ଦେଶବାସୀଙ୍କୁ କ୍ଷମା ମାଗିଲେ କିମ୍‌, ଭାଷଣ ଦେବାବେଳେ କାନ୍ଦି ପକାଇଲେ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ ଉନ୍‌ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ଶାସକ ଦଳର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିଶାଳ ସାମରିକ ସମାବେଶକୁ ଉଦ୍‌ବୋଧନ ଦେଇ କିମ୍‌ ନିଜ ସରକାରଙ୍କ ବିଫଳତା ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। କିମ୍‌ ଭାଷଣ ଦେଉଥିବାବେଳେ ବାରମ୍ବା‌ର ଚଷମା ଖୋଲି ଆଖିରୁ ଲୁହ ପୋଛୁଥିବାର ଦେଖାଯାଉଥିଲା। ଉତ୍ତରକୋରିଆର ଶକ୍ତିଶାଳୀ ନେତା ଏଭଳି କାନ୍ଦିବା ଘଟଣା ସମସ୍ତଙ୍କୁ ଚକିତ କରିଛି। କିମ୍‌ କହିଛନ୍ତି, ଦେଶବାସୀ ତାଙ୍କ ଉପରେ ବିଶ୍ବାସ ରଖିଛନ୍ତି। ଏହା ତାଙ୍କ ପାଇଁ ବଡ଼ ଆଶ୍ବାସନା। ଉତ୍ତରକୋରିଆ ପ୍ରତି ତାଙ୍କ ବାପା ଏବଂ ଜେଜେବାପାଙ୍କ ଅବଦାନ କଥା ମନେ ପକାଇ କିମ୍‌ କହିଛନ୍ତି, ତାଙ୍କର ଉଦ୍ୟମ ଯଥେଷ୍ଟ ହୋଇନାହିଁ। ଏଣୁ ସେ କ୍ଷମା ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର