ନୂଆଦିଲ୍ଲୀ: ବହୁ ଦିନ ଧରି ବିବାଦ ଦେଖାଯିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ-ଉନ୍ ଦ୍ୱିତୀୟ ଗୋଲ ଟେବୁଲ ବୈଠକ ହୋଇପାରେ। ଅମେରିକୀୟ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଓ କିମ୍ ଜଙ୍ଗଙ୍କ ମଧ୍ୟରେ ପ୍ୟୋଙ୍ଗୟାଙ୍ଗ ଠାରେ ହୋଇଥିବା ବୈଠକରେ ପରମାଣୁ ନିରସ୍ତ୍ରୀକରଣକୁ ନେଇ ସକରାତ୍ମକ ଆଲୋଚନା ହେବା ପରେ ଏହି ଆଶା କରାଯାଉଛି।
ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଠାରେ ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଓ କିମ ଜଙ୍ଗଙ୍କ ମଧ୍ୟରେ ପାଖାପାଖି ୨ ଘଣ୍ଟା ଆଲୋଚନା ହେବା ପରେ ଟୁଇଟ କରି ଲେଖିଛନ୍ତି ଯେ, ପ୍ୟୋଙ୍ଗୟାଙ୍ଗ ଯାତ୍ରାରେ ସକରାତ୍ମକ ସାକ୍ଷାତ ହୋଇଛି। ଆମେ ସିଙ୍ଗାପୁର ଆଲୋଚନାରେ ହୋଇଥିବା ସହମତି ଆଧାରରେ ବିକାଶ ପଥରେ ଆଗକୁ ବଢିଛୁ।
କିମ ଜଙ୍ଗ ମଧ୍ୟ ପୋମ୍ପିଓଙ୍କ ସହିତ ହୋଇଥିବା ଆଲୋଚନାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି ସାକ୍ଷାତକାର ବହୁତ ଭଲ ଥିଲା ଯାହାକି ଉଭୟ ଦେଶ ପାଇଁ ଉଜ୍ୱଳ ଭବିଷତ୍ୟ ନିର୍ମାଣ ହେବ।