ସିଓଲ : ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଯେଉଁଭଳି ସଂକଟଜନକ ସ୍ଥିତିରେ ଅଛି, କେଉଁ ମୁହୂର୍ତ୍ତରେ କ'ଣ ଘଟିବ କିଛି କହିହେବନି। ତେବେ କିମ୍ଙ୍କ ପରେ ଉତ୍ତର କୋରିଆର ଶାସନ ମୁଖ୍ୟ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। କିମ୍ ଜଙ୍ଗ ଉନ୍ ୮ ବର୍ଷ ଧରି ଉତ୍ତର କୋରିଆର ଶାସକ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ପରିବାର ୭୦ ବର୍ଷ ଧରି ଉତ୍ତର କୋରିଆକୁ ଶାସନ କରି ଆସିଛନ୍ତି। ମାତ୍ର ୩୬ ବର୍ଷୀୟ କିମ୍ଙ୍କ ଉତ୍ତରାଧିକାରୀ କିଏ ହେବ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ। ତାଙ୍କ ପୁତ୍ରକନ୍ୟାମାନେ ନାବାଳକ ହୋଇଥିବାରୁ ସେମାନଙ୍କ ଶାସନ ଗାଦିରେ ବସିବା ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ଉତ୍ତର କୋରିଆର ରାଷ୍ଟ୍ର ମୁଖ୍ୟ ପାଇଁ କିମ୍ଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ଙ୍କ ନାମ ହିଁ ଚର୍ଚ୍ଚାର ଶୀର୍ଷରେ ରହିଛି। ୟୋ ଜଙ୍ଗ୍ କିମ୍ ଜଙ୍ଗ ଉନ୍ଙ୍କ ସବୁଠୁ ପ୍ରିୟ ଏବଂ ନିକଟତମ ଅଟନ୍ତି। କିମ୍ଙ୍କ ପରେ ୟୋ ହିଁ ସବୁଠୁ କ୍ଷମତାଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଜଣା। ଉତ୍ତର କୋରିଆ ଶାସନ ବ୍ୟବସ୍ଥାରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସିଓଲ ସାକ୍ଷାତ ସମୟରେ କିମ୍ ଜଙ୍ଗ ଉନ୍ଙ୍କ ସହ ତାଙ୍କ ଭଉଣୀ ୟୋ ସାମିଲ ଥିଲେ। ଏଣୁ କିମ୍ଙ୍କ ପରେ ଉତ୍ତର କୋରିଆର ଶାସନ ମୁଖ୍ୟ ପାଇଁ ୟୋ ହିଁ ସବୁଠୁ ଅଧିକ ଦାବିଦାର ଅଟନ୍ତି। ଅପରପକ୍ଷେ, ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ ପାଇଁ କିମ୍ଙ୍କ ପୁତ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିମ୍ଙ୍କ ତିନି ପୁତ୍ରଙ୍କ ମଧ୍ୟରୁ ବଡ଼ ପୁଅ ୨୦୧୦ରେ ଜନ୍ମଗ୍ରହଣ କରିଛନ୍ତି। ବୟସ ଦୃଷ୍ଟିରୁ ଏହା ଗ୍ରହଣୀୟ ହୋଇ ନ ପାରେ। ମାତ୍ର କିମ୍ଙ୍କ ଜେଜେବାପା ଅମଳରୁ ପୁତ୍ରମାନେ ହିଁ ପିଢି ପରେ ପିଢି ସୂତ୍ରରେ ଉତ୍ତର କୋରିଆର ଶାସନ ମୁଖ୍ୟ ଦାୟିତ୍ବ ତୁଲାଇ ଆସିଛନ୍ତି। ସେହିଭଳି କିମ୍ ଜଙ୍ଗ୍ ଉନ୍ଙ୍କ ପୁତୁରା କିମ୍ ହାନ୍ ସୋଲଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି। ଉତ୍ତରକୋରିଆ ଶାସନ ମୁଖ୍ୟ ଭାବେ କିମ୍ଙ୍କ ପରେ ତାଙ୍କ ଭାଇ କିମ୍ ଜଙ୍ଗ ଚୋଲ୍ଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି।
ଉତ୍ତରାଧିକାରୀ ସଂକଟ: କିମ୍ ଜଙ୍ଗ ଉନ୍ଙ୍କ ପରେ କିଏ?
/sambad/media/post_attachments/wp-content/uploads/2020/04/king-jong.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)