ପ୍ୟୋଙ୍ଗ୍ୟାଙ୍ଗ୍: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଂଗ ଉନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି। ତାଙ୍କୁ ପ୍ରବଳ ଜ୍ବର ହୋଇଛି ବୋଲି ତାଙ୍କ ଭଉଣୀ କିମ୍ ୟୋ ଜଂଗ ସୂଚନା ଦେଇଛନ୍ତି। ଏଥିସହିତ ଦେଶରେ କୋଭିଡ୍ ସଂକ୍ରମଣ ପାଇଁ ରାଷ୍ଟ୍ରପତି ଦକ୍ଷିଣ କୋରିଆକୁ ଦାୟୀ କରାଯାଉଛି। ଦକ୍ଷିଣ କୋରିଆର ଲୋକମାନେ ବେଲୁନ ମାଧ୍ୟମରେ ଉତ୍ତର କୋରିଆକୁ ପ୍ରଚାରପତ୍ର ପକାଉଛନ୍ତି ଏବଂ ଏହି ପ୍ରଚାରପତ୍ରରେ ଭୂତାଣୁ ଆସୁଛି ବୋଲି ଅଭିଯୋଗ ହୋଇଛି। ରାଷ୍ଟ୍ରପତିଙ୍କ ଭଉଣୀ କହିଛନ୍ତି ଯେ ସେମାନେ ଯଦି ବେଲୁନ ମାଧ୍ୟମରେ ଏପରି ପ୍ରଚାରପତ୍ର ଫୋପାଡ଼ିବା ବନ୍ଦ ନହୁଏ ତେବେ ସେ ଦକ୍ଷିଣ କୋରିଆ କର୍ତ୍ତୃପକ୍ଷଙ୍କୁ ସଫା କରିଦେବେ।
କିମ୍ ଜଂଗ ଉନ୍ ଅସୁସ୍ଥ
/sambad/media/post_attachments/wp-content/uploads/2020/04/kim-jung.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)