ଫୁଲ ନ ଫୁଟିବାରୁ ମାଳିମାନଙ୍କୁ ୨୪ ଘଣ୍ଟା କାମ କରିବା ପାଇଁ ଦଣ୍ଡ ଶୁଣାଇଲେ କିମ୍ ଜଙ୍ଗ୍ ଉନ୍‌

ପୋଙ୍ଗ୍ୟାଙ୍ଗ୍: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କ ପୁଣି ଏକ ନିଷ୍ଠୁର କାରନାମା ସାମନାକୁ ଆସିଛି। କିମ୍ ଜଙ୍ଗ୍ ଉନଙ୍କ ପିତାଙ୍କ ଜୟନ୍ତୀରେ ହଜାର ହଜାର ଲୋକଙ୍କୁ ପ୍ରବଳ ଥଣ୍ଡାରେ ରଖାଯାଇଥିଲା। ଜୟନ୍ତୀରେ ଫୁଲ ନଫୁଟିବାରୁ ମାଳିମାନଙ୍କୁ କଠୋର ଦଣ୍ଡ ଦିଆଯାଇଛି।

ମିଡିଆ ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ସେମଜିୟନ୍ ସହରରେ କିମ୍ ଜଙ୍ଗ୍ ଉନ୍‌ଙ୍କ ପିତା କିମ୍ ଜଙ୍ଗ୍ ଉନ୍‌ଙ୍କ ୮୦ତମ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତାଙ୍କ ପ୍ରତିମୂର୍ତ୍ତି ସାମନାରେ ହଜାର ହଜାର ଲୋକଙ୍କୁ ଛିଡା ହୋଇ କିମ୍ ଜଙ୍ଗଙ୍କ ଭାଷଣ ଶୁଣିବାକୁ ପଡିଥିଲା। ଲୋକମାନେ ବିନା ଗରମ କପଡା କିମ୍ବା ଟୋପି ପିନ୍ଧି ପାଖାପାଖି ବିଯୁକ୍ତ ୧୫ ଡିଗ୍ରି ତାପମାତ୍ରାରେ ୩୦ ମିନିଟ୍ ପର୍ଯ୍ୟନ୍ତ ଛିଡା ହୋଇ କିମ୍ ଜଙ୍ଗଙ୍କ ପିତାଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ। କିମ୍ ଜଙ୍ଗଙ୍କ ପିତାଙ୍କ ମୃତ୍ୟୁ ୨୦୧୧ରେ ହୋଇଥିଲା।

‘ଡେ ଅଫ୍ ସାଇନିଂ ଷ୍ଟାର୍’ କାର୍ଯ୍ୟକ୍ରମ ସମୟରେ ‘ଫ୍ଲାଓ୍ଵାର୍ ସୋ’ ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ। ଏହି ଉତ୍ସବରେ କଳକାରମାନଙ୍କୁ ଅତ୍ୟନ୍ତ ଥଣ୍ଡା ପାଣିରେ ଓହ୍ଲାଇ ନୃତ୍ୟ କରିବାକୁ ପଡିଥିଲା। କିମ୍ ଜଙ୍ଗ୍ ଯେଉଁଠି ଛିଡା ହୋଇଥିଲେ ତା ପାଖରେ ବିଜୁଳି ତାର ରଖା ହୋଇଥିବାର ଦେଖାଯାଇଥିଲା। ଖବର ଅନୁସାରେ ସେ ନିଜକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଏହି ବ୍ୟବସ୍ଥା କରିଥିଲେ। କିମ୍ ଜଙ୍ଗ୍ ଇଲଙ୍କ ଜୟନ୍ତୀ ଉତ୍ତର କୋରିଆର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଛୁଟି ମଧ୍ୟରେ ଗୋଟିଏ। ଏହି ଦିନ ଛୋଟ ଭୁଲ୍ କରିଥିଲେ ବି କିମ୍-ଜଙ୍ଗ୍ କଠୋର ଦଣ୍ଡ ଦେଇଥାନ୍ତି।

ତାଙ୍କ ପିତାଙ୍କ ଜୟନ୍ତୀରେ ଫୁଲ ନଫୁଟିବାରୁ ଏଥିରେ କ୍ରୋଧିତ ହୋଇ କିମ୍-ଜଙ୍ଗ୍ ମାଳିମାନଙ୍କୁ ଦଣ୍ଡ ଦେଇଛନ୍ତି। ସେ ମାଳିମାନଙ୍କୁ ଲେବର୍ କ୍ୟାମ୍ପ୍ ପଠେଇ ଦେଇଛନ୍ତି। ଲେବର୍ କ୍ୟାମ୍ପ୍ ଗୁଡିକରେ ୨୪ ଘଣ୍ଟା କଏଦୀମାନଙ୍କୁ କାମ କରିବାକୁ ପଡିଥାଏ।

ସମ୍ବନ୍ଧିତ ଖବର