ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଠାରୁ ଚମତ୍କାର ଚିଠି ପାଇଛନ୍ତି କିମ୍‌ ଜୋଙ୍ଗ୍‌ ଉନ୍‌

ସିଓଲ: ଦକ୍ଷିଣ କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ନିକଟକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଗୋଟାଏ ଚିଠି ଦେଇଥିବା କଥା ରବିବାର ଦିନ ସରକାରଙ୍କ ନିୟନ୍ତ୍ରଣାଧୀନ ସମ୍ବାଦ ସରବରାହ ସଂସ୍ଥା ’କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି କହିଛି।

ସନ୍ତୋଷର ସହ କିମ୍‌ କହିଛନ୍ତି ଯେ ସେ ଚିଠିର କଥାବସ୍ତୁ ଅତି ଚମତ୍କାର।

ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କର ରାଜନୈତିକ ବିଚାରବୋଧ ସାମର୍ଥ୍ୟ ଓ ଅସାଧାରଣ ସାହସକୁ ପ୍ରଶଂସା କରି କିମ୍‌ ଜୋଙ୍ଗ୍‌ ଉନ୍‌ କହିଲେ ଯେ ସେ ଗୁରୁତ୍ୱର ସହ ଚିଠିର ଚମତ୍କାର ବିଷୟବସ୍ତୁକୁ ଅନୁଶୀଳନ କରିବେ।

Image Source: Hindustan Times

ଟ୍ରମ୍ପ୍‌ କିମ୍‌ଙ୍କ ପାଖକୁ ଚିଠି ଦେଇଥିବା କଥା ସତ୍ୟ କି, ନୁହେଁ ତାହା କହିବାକୁ ହ୍ଵାଇଟ୍‌ ହାଉସ୍‌ ମନା କରି ଦେଇଛି।

ଫେବ୍ରୁଆରି ମାସରେ ଭିଏତ୍‌ନାମ ଠାରେ କିମ୍‌ ଓ ଟ୍ରମ୍ପ୍‌ଙ୍କ ଶିଖର ବୈଠକ ବିଫଳ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଆଣବିକ କଥାବାର୍ତ୍ତା ତୁଟି ଯାଇଥିଲା।

ଆନ୍ତର୍ଜାତିକ କଟକଣା ଉଠିବା ପୂର୍ବରୁ ଉତ୍ତର କୋରିଆ ତା’ର ସମସ୍ତ ଆଣବିକ ଅସ୍ତ୍ରଶସ୍ତ୍ର ତ୍ୟାଗ କରୁ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଦାବି କରୁଛି।

ସମ୍ବନ୍ଧିତ ଖବର