କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଘୋଷଣା: ଉତ୍ତର କୋରିଆ ବିଶ୍ବର ସବୁଠାରୁ ଶକ୍ତିଶାଳୀ ପରମାଣୁ ରାଷ୍ଟ୍ର ହେବ

ଦ୍ବିତୀୟ ଥର ପାଇଁ ସାମ୍ନାକୁ ଆସିଲେ କିମ୍‌ଙ୍କ ଝିଅ

ପୋଙ୍ଗ୍‌ୟାଙ୍ଗ୍‌ : ଉତ୍ତର କୋରିଆ ବିଶ୍ବର ସବୁଠାରୁ ଶକ୍ତିଶାଳୀ ପରିମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି ଏବଂ ଏହି ଲକ୍ଷ୍ୟ ଆମେ ହାସଲ କରିବାକୁ ଯାଉଛୁ ବୋଲି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ କହିଛନ୍ତି। ନିକଟରେ କେତେକ ଉଚ୍ଚ କ୍ଷମତାସଂପନ୍ନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ କିମ୍‌ ଆଜି ରାଷ୍ଟ୍ରାୟତ ଗଣମାଧ୍ୟମକୁ ଏହି ବୟାନ ଦେଇଛନ୍ତି। ଆମେରିକା ପଟୁ ଯେ କୌଣସି ପରମାଣୁ ବିପଦର ମୁକାବିଲା ପାଇଁ ଆମେ ସକ୍ଷମ ବୋଲି କିମ୍‌ କହିଛନ୍ତି। ଇତିମଧ୍ୟରେ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ୧୦ ବର୍ଷର ଝିଅ ଦ୍ବିତୀୟ ଥର ପାଇଁ ପିତାଙ୍କ ସହ ସାମ୍ନାକୁ ଆସିଛନ୍ତି। ଉନ୍‌ ତାଙ୍କ ଝିଅକୁ କେତେକ କ୍ଷେପଣାସ୍ତ୍ର ବିଶେଷଜ୍ଞଙ୍କ ସହ ସାକ୍ଷାତ କରାଇଛନ୍ତି। କିମ୍‌ ତାଙ୍କ ଝିଅକୁ ଭବିଷ୍ୟତର ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର