କିବ୍: ରୁଷ୍-ୟୁକ୍ରେନ୍ ମଧ୍ୟରେ ଗତ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ରୁଷ୍ ସମର୍ଥନରେ ସଂପ୍ରତି ଉତ୍ତରକୋରିଆର ସେନା ସାମିଲ ହୋଇଛନ୍ତି। ତେବେ ଆଧୁନିକ ଯୁଦ୍ଧରେ ପାରଙ୍ଗମ ନଥିବା କିମ୍ ଜଙ୍ଗ୍ ଉନ୍ଙ୍କ ସେନା କ୍ଷୀପ୍ରଗତିରେ ମୃତ୍ୟୁମୁଖରେ ପଡ଼ୁଥିବା ଜଣାଯାଇଛି। ଦକ୍ଷିଣ କୋରିଆରୁ ପ୍ରକାଶିତ ଏକ ଗୁଇନ୍ଦା ଖବର ଓ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କିଙ୍କ ସୂଚନା ଅନୁସାରେ, ୟୁକ୍ରେନ୍ର କୁର୍ସ୍କ ଅଞ୍ଚଳରେ ଉତ୍ତରକୋରିଆର ପ୍ରାୟ ୧୨ହଜାର ସୈନିକ ମୁତୟନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୩୮୦୦ ସୈନିକଙ୍କ ମୃତ୍ୟୁ ହୋଇଛି। ଯଦି ଏହି ଧାରା ବଜାୟ ରହେ ତେବେ ମାସେ-ଦୁଇମାସ ମଧ୍ୟରେ କିମ୍ ଜଙ୍ଗ୍ ଉନ୍ଙ୍କ ସେନା ୟୁକ୍ରେନରେ ମୂଳପୋଛ ହୋଇଯିବା ଆଶଙ୍କା ରହିଛି। ଇନ୍ଷ୍ଟିଚ୍ୟୁଟ୍ ଫର ଷ୍ଟଡି ଅଫ୍ ୱାର୍ (ଆଇଏସ୍ଡବ୍ଲୁ) ତଥ୍ୟାନୁସାରେ, ଯୁଦ୍ଧକ୍ଷେତ୍ରରେ ଉତ୍ତରକୋରିଆର ସେନା ସହଜରେ ଟାର୍ଗେଟ୍ ହେଉଛନ୍ତି। ଦୈନିକ ହାରାହାରି ୯୨ରୁ ୧୦୦ ଜଣ ସୈନିକଙ୍କ ମୃତ୍ୟୁ ଘଟୁଛି। ଏଭଳି ସ୍ଥିତି ଜାରି ରହିଲେ ଏପ୍ରିଲ୍ ଦ୍ବିତୀୟ ସପ୍ତାହ ସୁଦ୍ଧା ଉତ୍ତରକୋରିଆର ସମସ୍ତ ସୈନିକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି।
ରୁଷ୍-ୟୁକ୍ରେନ୍ ଯୁଦ୍ଧରେ କିମ୍ ଜଙ୍ଗ୍ ଉନ୍ଙ୍କ ସେନା ମୂଳପୋଛ ହୋଇଯିବା ଆଶଙ୍କା
ରୁଷ୍-ୟୁକ୍ରେନ୍ ମଧ୍ୟରେ ଗତ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ରୁଷ୍ ସମର୍ଥନରେ ସଂପ୍ରତି ଉତ୍ତରକୋରିଆର ସେନା ସାମିଲ ହୋଇଛନ୍ତି। ତେବେ ଆଧୁନିକ ଯୁଦ୍ଧରେ ପାରଙ୍ଗମ ନଥିବା କିମ୍ ଜଙ୍ଗ୍ ଉନ୍ଙ୍କ ସେନା କ୍ଷୀପ୍ରଗତିରେ ମୃତ୍ୟୁମୁଖରେ ପଡ଼ୁଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2017/10/North-Korea-President-Kim-Jong-Un.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)