ଦକ୍ଷିଣ କୋରିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେନା ପ୍ରସ୍ତୁତ: କିମ୍ ଜଙ୍ଗ୍‌-ଉନ୍‌ଙ୍କ ଭଉଣୀ

ନୂଆଦିଲ୍ଲୀ: ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍‌-ଉନ୍‌ଙ୍କ ଭଉଣୀ କହିଛନ୍ତି ଯେ ଦକ୍ଷିଣ କୋରିଆର କର୍ତ୍ତୃପକ୍ଷମାନଙ୍କ ସହ ସମ୍ପର୍କ ଛିନ୍ନ କରିବାର ଉପଯୁକ୍ତ ସମୟ ଆସିଛି। ଶତ୍ରୁ ବିପକ୍ଷରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସେନା ଠାରୁ ଆସିବ ବୋଲି ମଧ୍ୟ‌ ସେ କହିଛନ୍ତି।

ଦକ୍ଷିଣ କ‌ୋରିଆର ଆଚରଣକୁ ନିନ୍ଦା କରି ବକ୍ତବ୍ୟ ରିଲିଜ୍‌ କରିବା ଠାରୁ କେତେଗୁଡ଼ିଏ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବରଂ ଉତ୍ତମ ବୋଲି କିମ୍ ୟୋ ଜଙ୍ଗ୍ ରାଷ୍ଟ୍ରାୟତ କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍‌ ଏଜେନ୍ସି ମାଧ୍ୟମରେ କହିଛନ୍ତି।

Image Courtesy of NDTV

ସେ ଆହୁରି କହିଛନ୍ତି, ଆବର୍ଜନାକୁ ଅଳିଆ ଡବାରେ ଫିଙ୍ଗିବା ଉଚିତ। ସୁପ୍ରିମ୍ ଲିଡର୍, ଆମ ଦଳ ଏବଂ ଦେଶର କ୍ଷମତାପ୍ରାପ୍ତ କ୍ଷମତା ପ୍ରୟୋଗ କରି ମୁଁ ସେନାକୁ ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦେଶ ଦେଇଛି।

ଦୁଇ ବିଭାଜିତ କୋରିଆର ଶୀର୍ଷ ନେତାମାନଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକର ୨୦ ବର୍ଷ ପୂର୍ତ୍ତି ଅବସରରେ କିମ୍ ୟୋ ଜଙ୍ଗ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ଶିଖର ବୈଠକ ୨୦୦୦ ମସିହା ଜୁନ୍ ୧୩ ତାରିଖରେ ଆରମ୍ଭ ହୋଇଥିଲା। ଏଥିପାଇଁ ଦକ୍ଷିଣ କୋରିଆ ନେତା ନୋବେଲ୍ ଶାନ୍ତି ପୁରସ୍କାର ମିଳିଥିଲା।

 

ସମ୍ବନ୍ଧିତ ଖବର