ବେଜିଂ : ଛଅ ବର୍ଷ ପରେ ମଙ୍ଗଳବାର ଦିନ ଉତ୍ତର କୋରିଆର ନେତା କିମ୍ ଜଙ୍ଗ ଉନ୍ ତାଙ୍କ ବୁଲେଟ୍ ଟ୍ରେନ୍ ଯୋଗେ ଚୀନ୍ ପହଞ୍ଚିଛନ୍ତି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି କହିଛି ଯେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ଆତ୍ମସମର୍ପଣର ୮୦ତମ ବାର୍ଷିକୀ ଅବସରରେ ସେଠାରେ ଆୟୋଜିତ ସାମରିକ ପରେଡ୍ରେ ଅଂଶଗ୍ରହଣ କରିବେ। ଏହି ସାମରିକ ପରେଡ୍ରେ ଯୋଗଦେବା ପାଇଁ କିମ୍ ତାଙ୍କ ବୁଲେଟ୍ ଟ୍ରେନରେ ୨୦ ଘଣ୍ଟା ଯାତ୍ରା ପରେ ବେଜିଂରେ ପହଞ୍ଚିଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଏହି ଉତ୍ସବରେ ଯୋଗଦେବେ।
ନିଜର ଜେଜେ ଓ ବାପାଙ୍କ ପରି କିମ ଜଙ୍ଗ ମଧ୍ୟ ପ୍ରାୟତଃ ବିମାନଯାତ୍ରା କରିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହି ସ୍ବତନ୍ତ୍ର ରାଜକୀୟ ଟ୍ରେନଯାତ୍ରା କରିବାରୁ ପସନ୍ଦ କରନ୍ତି । ଏହି ଟ୍ରେନରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ରହିଛି । ଏଥିରେ ରାଡାର, ବିମାନ ଆକ୍ରମଣ ନିରୋଧୀ ବ୍ୟବସ୍ଥା, ସୈନିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଏହା ସଂପୂର୍ଣ୍ଣଭାବେ ବୁଲେଟପ୍ରୁଫ୍ ଅର୍ଥାତ କୌଣସି ଗୁଳି ଏହାକୁ ଭେଦ କରିପାରିବ ନାହିଁ ।

୨୦୨୩ରେ ଏହି ଟ୍ରେନ ଚଢି ସେ ରୁଷ ଗସ୍ତରେ ଯାଇଥିଲେ । ସେହିପରି କିଛି ବର୍ଷ ପୂର୍ବେ ସେ ୬୦ ଘଣ୍ଟାର ଯାତ୍ରା କରି ଭିଏତନାମ ଯାଇଥିଲେ । ୨୦୧୮ରେ ସେ ଏକ ବୋଇଂ ବିମାନ ଚଢି ସିଂଗାପୁର ଯାଇଥିଲେ ଓ ଟ୍ରମ୍ପଙ୍କୁ ଭେଟିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/02/new-project-27-2025-09-02-20-06-37.jpg)