ଚୀନ୍‌ ଗସ୍ତରେ କିମ୍‌ ଜଙ୍ଗ ଉନ୍‌

ଆମେରିକା ସହ ଦ୍ବିତୀୟ ଆଲୋଚନା ପାଇଁ ପ୍ରୟାସ

ସିଓଲ୍‌: ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍ ଉନ୍‌ ଏବେ ଚୀନ୍‌ ଗସ୍ତରେ ଅଛନ୍ତି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଉନ୍‌ଙ୍କ ଗସ୍ତ କାର୍ଯ୍ୟକାଳ ରହିଛି। ପତ୍ନୀ ରି-ସୋଲ୍‌-ଯୁ ମଧ୍ୟ ଉନ୍‌ଙ୍କ ସହ ଅଛନ୍ତି। ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସହ ଏହା ଉନ୍‌ଙ୍କର ଚତୁର୍ଥ ସମ୍ମିଳନୀ। ଗତବର୍ଷ ଉନ୍‌ ୩ ଥର ଚୀନ୍‌ ଗସ୍ତ କରିଥିଲେ। ତେବେ ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଦ୍ବିତୀୟ ସମ୍ମିଳନୀ ପାଇଁ ବୁଝାମଣା ଆରମ୍ଭ ହୋଇଥିବା‌ବେଳେ ଏବେ ଉନ୍‌ଙ୍କ ଚୀନ୍‌ ଗସ୍ତ ବହୁ ଗୁରୁତ୍ବ ବହନ କରୁଛି। ନିକଟରେ ଉନ୍‌ ନୂଆବର୍ଷ ଉଦ୍‌ବୋଧନରେ ଟ୍ରମ୍ପ୍‌ଙ୍କୁ ‌ଚେତାଇ ଦେଇଥିଲେ ଯେ, ପ୍ରତିଶ୍ରୁତି ପାଳନ ନ‌କଲେ ସେ ବିକଳ୍ପ ରାସ୍ତା ବାଛିବେ।

ସମ୍ବନ୍ଧିତ ଖବର