ବେଜିଂ : ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ଆଜି ପୁଣିଥରେ ଚୀନ୍ ଗସ୍ତରେ ଥିବା ଜଣାପଡ଼ିଛି। କିମ୍ ଏବେ ଦୁଇ ଦିନିଆ ଚୀନ୍ ଗସ୍ତରେ ଅଛନ୍ତି ବୋଲି ଚୀନ୍ ଗଣମାଧ୍ୟମ ସୁତ୍ରରୁ ଜଣାଯାଇଛି। ତେବେ କିମ୍ଙ୍କ ଗସ୍ତର ବିଷୟବସ୍ତୁ କ’ଣ ରହିଛି ସେ ନେଇ ଚୀନ୍ ଗଣମାଧ୍ୟମ କିଛି ସ୍ପଷ୍ଟ କରିନାହିଁ। କିମ୍ଙ୍କର ଏହା ତୃତୀୟ ଚୀନ୍ ଗସ୍ତ। ଉତ୍ତର କୋରିଆର ଏକମାତ୍ର ଅର୍ଥନୈତିକ ସହଯୋଗୀ ଚୀନ୍ ପୂର୍ବରୁ ମଧ୍ୟ ଉତ୍ତର କୋରିଆକୁ ବିଭିନ୍ନ ସମୟରେ ସମର୍ଥନ କରିଆସିଛି। କିମ୍ଙ୍କ ଏହି ଅଚାନକ ଚୀନ୍ ଗସ୍ତ ଉପରେ ମଧ୍ୟ ଆମେରିକାର ସତର୍କ ନଜର ରହିଛି। ନିରସ୍ତ୍ରୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଏବେ ଉତ୍ତର କୋରିଆ ଉପରେ ଆମେରିକା ଚାପ ସୃଷ୍ଟି କରିଛି ।
ଚର୍ଚ୍ଚାରେ କିମ୍ଙ୍କ ଚୀନ୍ ଗସ୍ତ
/sambad/media/post_attachments/wp-content/uploads/2018/06/kim-tourto-china.bmp)