କିମ-ଟ୍ରମ୍ପଙ୍କ ଆଲୋଚନା ୨୭ରେ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍‌ଙ୍କ ସହିତ ଆସନ୍ତା ୨୭ ଓ ୨୮ ତାରିଖରେ ନିରସ୍ତ୍ରୀକରଣ ନେଇ ଆଲୋଚନା କରିବେ। ଉତ୍ତର କୋରିଆ ରାଷ୍ଟ୍ରପତିଙ୍କର ସହ ଟ୍ରମ୍ପଙ୍କର ଏହା ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହେବ। ‌ଆମେରିକା କଂଗ୍ରେସର ସଦସ୍ୟମାନଙ୍କୁ ଉଦବୋଧନ ଦେଇ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୈଠକ ଗତବର୍ଷ ସିଙ୍ଗାପୁରଠାରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଆଲୋଚନା ପରଠାରୁ ଉତ୍ତର କୋରିଆ ଆମେରିକାକୁ ଉତ୍ତେଜିତ କରିବା ଭଳି କୌଣସି ପଦକ୍ଷେପ ଯଥା ପରମାଣୁ ବୋମା କିମ୍ବା ମିସାଇଲ ଆଦିର ପରୀକ୍ଷା କରିନାହିଁ। କୋରିଆ ଉପଦ୍ବୀପ ଅଂଚଳରେ ଶାନ୍ତି ପ୍ରତିଷ୍ଠା କରିବାରେ ଏହି କଥାବାର୍ତା ସହାୟକ ହେବ ବୋଲି ଟ୍ରମ୍ପ କହିଛନ୍ତି।

ସମ୍ବନ୍ଧିତ ଖବର