ପୋଙ୍ଗୟାଙ୍ଗ୍: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ଆଜି ତାଙ୍କ ନୂଆ ବର୍ଷର ଉଦ୍ବୋଧନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ପରମାଣୁ ନିରସ୍ତ୍ରୀକରଣ ନେଇ କିମ୍ ଏବଂ ଟ୍ରମ୍ପ୍ଙ୍କ ମଧ୍ୟରେ କଥାବାର୍ତ୍ତା ୨୦୧୯ରେ ବଳବତ୍ତର ରହିବ। କିନ୍ତୁ ଯଦି ଟ୍ରମ୍ପ୍ ତାଙ୍କ ଧୈର୍ଯ୍ୟଚ୍ୟୁତି ଘଟାନ୍ତି କିମ୍ବା ପ୍ରତିଶ୍ରୁତି ମୁତାବକ କଟକଣା ନହଟାନ୍ତି ତେବେ ଏକ ନୂଆ ରାସ୍ତା ବାଛିବାକୁ କିମ୍ ବାଧ୍ୟ ହେବେ ବୋଲି ଆଜି ଧମକ ଦେଇଛନ୍ତି। ଅନ୍ତର୍ଜାତୀୟ ସମ୍ପ୍ରଦାୟ ପାଇଁ କୌଣସି ସ୍ବାଗତଯୋଗ୍ୟ ପଦକ୍ଷେପ ନେବା ଦିଗରେ କିମ୍ ଯେକୌଣସି ସମୟରେ ଟ୍ରମ୍ପ୍ଙ୍କ ସହ ସାକ୍ଷାତ ଆଲୋଚନା ପାଇଁ ରାଜି ଅଛନ୍ତି। କିନ୍ତୁ ସେ କହିଛନ୍ତି ଯେ ଉତ୍ତର କୋରିଆ ପାଖରେ ଏବେ ଅନ୍ୟ କୌଣସି ଉପାୟ ନାହିଁ। ଆମେରିକା ଯଦି ଏହାର ପ୍ରତିଶ୍ରୁତି ପାଳନ ନକରେ ଏବଂ ଆମ ଧୈର୍ଯ୍ୟଚ୍ୟୁତି ଘଟାଏ ତେବେ ଉତ୍ତର କୋରିଆ ଏହାର ସାର୍ବଭୌମତ୍ବର ସୁରକ୍ଷା ପାଇଁ ନୂଆ ରାସ୍ତା ବାଛିବ। କିନ୍ତୁ ଉନ୍ କେଉଁ ରାସ୍ତା ବାଛିବେ ସେନେଇ କିଛି ସ୍ପଷ୍ଟ ହୋଇନି।
ଟ୍ରମ୍ପ୍ଙ୍କୁ କିମ୍ଙ୍କ ନବ ବର୍ଷର ବାର୍ତ୍ତା
କଟକଣା ନହଟିଲେ ନୂଆ ରାସ୍ତା ବାଛିବୁ