କିଭ୍: ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆ ସୈନିକମାନେ ବହୁ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି। ରୁଷିଆ ପକ୍ଷରୁ ଯୁଦ୍ଧ କରି ମରିଥିବା ଏହି ସୈନିକମାନଙ୍କୁ ଦେଖିଲେ ଲାଗୁଛି ଯେପରି ସେମାନେ ଜମ୍ବି ସେନା ହୋଇଯାଇଛନ୍ତି। ଉତ୍ତର କୋରିଆ ସୈନିକଙ୍କର ଏଭଳି ମୃତ୍ୟୁ ଦେଖି ୟୁକ୍ରେନ ଅଧିକାରୀମାନେ ମଧ୍ୟ ଦୟା ଅନୁଭବ କରୁଛନ୍ତି।
ୟୁକ୍ରେନ ଅଧିକାରୀମାନେ କହିଛନ୍ତି ସେମାନେ ରୁଷୀୟ ସୈନିକଙ୍କ ଭାଷା ବୁଝି ପାରୁ ନାହାନ୍ତି, ତେଣୁ ଅସୁବିଧା ଉତ୍ତର କୋରିଆ ସୈନିକମାନେ ନିଜ ଜୀବନକୁ ବିପଦରେ ପକାଇ ଯୁଦ୍ଧକ୍ଷେତ୍ରକୁ ଡେଇଁପଡୁଛନ୍ତି । କିମ୍ ଜୋଙ୍ଗ୍ ଉନ୍ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ୧୧,୦୦୦ ସୈନିକ ପଠାଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧକ୍ଷେତ୍ରରେ ୪,୦୦୦ରୁ ଅଧିକ ଉତ୍ତର କୋରିଆ ସୈନିକ ଆହତ ହୋଇଛନ୍ତି। ଏହା ସହିତ ୧,୦୦୦ରୁ ଅଧିକ ମୃତ୍ୟୁବରଣ କରିଛନ୍ତି ଏବଂ ୩,୦୦୦ରୁ ଅଧିକ ଲୋକ ଆହତ ହୋଇ ଶରୀର ଅଙ୍ଗ ହରାଇଛନ୍ତି। ଉତ୍ତର କୋରିଆ ସୈନିକମାନେ ଯୁଦ୍ଧକ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପ୍ରଥମଃ ଯୁଦ୍ଧ ଲଢ଼ିବା ପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆ ଯାଇନାହିଁ। ଦ୍ୱିତୀୟତଃ ସବୁଠାରୁ ବଡ ସମସ୍ୟା ହେଉଛି ସେମାନଙ୍କୁ ରୁଷୀୟ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ଭାଷା ବୁଝି ପାରୁ ନାହାନ୍ତି। ଆହତ ଅବା ମୃତ ଉତ୍ତର କୋରିଆ ସୈନିକଙ୍କ ପ୍ରତି ରୁଷୀୟମାନେ ଦୃଷ୍ଟି ଦେଉ ନଥିବା ଅଭିଯୋଗ ମଧ୍ୟ ହେଉଛି।
ଚଳିତ ସପ୍ତାହରେ ଯୁଦ୍ଧକ୍ଷେତ୍ରରୁ ଆସିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ବହୁ ସଂଖ୍ୟକ ଉତ୍ତର କୋରିଆ ସୈନିକଙ୍କ ମୃତାହତ ହେବା ପରେ କୁର୍ସ୍କ ଅଞ୍ଚଳରେ ତାଲିମ ପାଇଁ ସେମାନଙ୍କୁ ପଠାଯାଇଛି। ୟୁକ୍ରେନ ଅଧିକାରୀଙ୍କ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ସୈନିକଙ୍କର ମୃତ୍ୟୁ ପାଇଁ ଭୟ ନାହିଁ। କିମ୍ ଜୋଙ୍ଗ୍ ଉନ୍ ତାଙ୍କର ସୈନିକମାନଙ୍କୁ ଏପରି ଭାବରେ ପ୍ରସ୍ତୁତ କରିଛନ୍ତି ଯେ, ସେମାନଙ୍କ ହୃଦୟରେ ମୃତ୍ୟୁ ପ୍ରତି ଭୟ ନାହିଁ ।
ଏକ ମିଶନରେ ଯିବାର ପରିଣାମ କ’ଣ ହେବ, ସେମାନଙ୍କର କୌଣସି ଧାରଣା ନାହିଁ, ସେମାନେ କେବଳ ମରିବା ଜାଣନ୍ତି। ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ୍ ଉନ୍ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହି ସୈନିକମାନଙ୍କୁ ଯୁଦ୍ଧକ୍ଷେତ୍ରରେ ମରିବାକୁ ପଠାଯାଇଛି।
ତଥାପି, ରୁଷିଆ ଆନୁଷ୍ଠାନିକ ଭାବେ ସ୍ୱୀକାର କରିନାହିଁ ଯେ, ଉତ୍ତର କୋରିଆ ସୈନିକମାନେ ଯୁଦ୍ଧକ୍ଷେତ୍ରରେ ସେମାନଙ୍କ ସହ ମିଶି ଯୁଦ୍ଧ କରୁଛନ୍ତି ଏବଂ ସେମାନଙ୍କୁ ନକଲି ରୁଷିଆ ପରିଚୟ ପତ୍ର ଦିଆଯାଇଛି। ରୁଷିଆ ବିଶ୍ବକୁ ଦେଖାଇବାକୁ ଚାହୁଁନାହିଁ ଯେ, ଯୁଦ୍ଧ କରିବାକୁ ଥିବା ସୈନ୍ୟଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।
ଅଧିକ ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଏନ୍କାଉଣ୍ଟରରେ ୮ ନକ୍ସଲ ନିପାତ
ୟୁକ୍ରେନ ସୈନ୍ୟଙ୍କ ଦ୍ବାରା ପ୍ରକାଶିତ ସିସିଟିଭି ଡ୍ରୋନ୍ ଭିଡିଓ ଫୁଟେଜରେ ଦର୍ଶାଯାଇଛି ଯେ, ଉତ୍ତର କୋରିଆ ସୈନିକମାନେ ଅସହାୟ ହୋଇ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଭିଡିଓରେ ଜଣେ ଅସହାୟ ଯୁବକ ଉତ୍ତର କୋରିଆ ସୈନିକ ଏକ ଖାଲରେ ଲୁଚି ରହିଥିବାର ନଜର ଆସିଛନ୍ତି। ସେ ଭୟଭୀତ ହୋଇ ଚାହିଁ ରହିଛନ୍ତି।
ତାଙ୍କ ଉପରେ ଏକ ଘାତକ ଡ୍ରୋନ୍ ବୁଲୁଛି। ଏହା ପରେ ସେ ନିଜ ରାଇଫଲରୁ ଗୁଳି କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଡ୍ରୋନ୍ ଆଗରେ ସେ ହାର ମାନି ତଳେ ପଡ଼ି ଯାଉଛନ୍ତି। ତା’ପରେ ଡ୍ରୋନ୍ ବିସ୍ଫୋରଣ ହେଉଛି ଏବଂ ସୈନିକ ପ୍ରାଣ ହରାଉଛନ୍ତି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ଆଣବିକ କ୍ଷେପଣାସ୍ତ୍ର ତିଆରି କରିବାକୁ ଇରାନର ଯୋଜନା: ଲକ୍ଷ୍ୟଭେଦ କ୍ଷମତା ୩,୦୦୦ କିଲୋମିଟର