କିମ୍ ଜଙ୍ଗଙ୍କ ଝିଅ ହେବେ କି ଉତ୍ତର କୋରିଆର ପରବର୍ତ୍ତୀ ଶାସକ ?

ପେଙ୍ଗୟାଙ୍ଗ୍ : ଉତ୍ତର କୋରିଆର ଏକଛତ୍ରବାଦୀ କିମ୍ ଜଙ୍ଗ୍ ଉନ୍ ନିଜ ନିଷ୍ପତ୍ତି ଓ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି । ତେବେ ସେ ନିଜ ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରେଇ ରଖନ୍ତି । କିନ୍ତୁ ଏବେ ତାଙ୍କ ଝିଅର ଫଟୋ ସାମ୍ନାକୁ ଆସିଛି । କିମ୍ ଜଙ୍ଗ୍ ଉନ୍ ମଙ୍ଗଳବାର ପ୍ରଥମ ଥର ପାଇଁ ତାଙ୍କ ୯ ବର୍ଷର ଝିଅ ସହ ସାମରିକ ପ୍ୟାରେଡରେ ଯୋଗ ଦେଇଥିଲେ ।

କିନ୍ତୁ ପରେଡ୍ ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଏକଛତ୍ରବାଦୀଙ୍କ ୯ ବର୍ଷର ଝିଅ କିମ ଜୁ ଆଇ । ଗତ ବର୍ଷ ନଭେମ୍ବର ରୁ କିମ୍ ଙ୍କ ଝିଅ ଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ସାମରିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ।  ଏହା ଫଳରେ ଭବିଷ୍ୟତରେ ସେ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦକ୍ଷିଣ କୋରିଆର ଇଭା ଓମେନ୍ସ ୟୁନିଭର୍ସିଟିର ପ୍ରଫେସର ପାର୍କ ୱନ୍-ଗନ୍ ଗଣମାଧାୟମକୁ କହିଛନ୍ତି ଯେ କିମ୍ ଜଙ୍ଗ୍ ଉନ୍ ଯେତେବେଳେ ବି ତାଙ୍କ ଝିଅକୁ ସାମରିକ କାର୍ଯ୍ୟକ୍ରମକୁ ଆଣନ୍ତି, ସେତେବେଳେ ସେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଥାନ୍ତି। ପରବର୍ତ୍ତୀ ପିଢ଼ି ଭାବରେ ଏମାନଙ୍କର ପ୍ରତୀକାତ୍ମକ ମହତ୍ତ୍ୱ ମଧ୍ୟ ରହିଛି। ଜୁ ଆଇ ତାଙ୍କ ବାପାଙ୍କ ସହ ଗାର୍ଡ ଅଫ୍ ଅନର ମଧ୍ୟ ନୀରିକ୍ଷଣ କରିଥିଲେ । ଏଣୁ ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ୁଛି ।

ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସିଗୁଡ଼ିକର ରିପୋର୍ଟ ଅନୁସାରେ କିମ୍ ଜଙ୍ଗଙ୍କର ୩ ଜଣ ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜୁ ଆଇ ୨ୟ ସନ୍ତାନ ।  ତାଙ୍କୁ ଧୀରେ ଧୀରେ କ୍ଷମତା ପାଇଁ ପ୍ରସ୍ତୁତ କରାଯାଉଥିବା ଦକ୍ଷିଣ କୋରିଆରେ ଆଲୋଚନା ହେଉଛି ।

 

ସମ୍ବନ୍ଧିତ ଖବର