ଚୀନ୍‌: କିଣ୍ଡର୍‌ଗାର୍ଟନ୍‌ରେ ଛୁରାମାଡ଼; ୩ ମୃତ, ୬ ଆହତ

ବେଜିଂ : ଚୀନ୍‌ର ଜିଆଙ୍ଗ୍‌ସିରେ ଥିବା ଏକ ଘରୋଇ କିଣ୍ଡର୍‌ଗାର୍ଟନରେ ଛୁରାମାଡ଼ ହୋଇଛି। ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୬ ଜଣ ଆହତ ହୋଇଛନ୍ତି। ବୁଧବାର ସକାଳେ ଏକ ଅଜ୍ଞାତ ବ୍ୟକ୍ତି ସ୍କୁଲ୍‌ ଭିତରେ ପଶି ଆଖିବୁଜା ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇଥିଲା। ପୁଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଥିବା ସହ ମାମଲାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛି। ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ସନ୍ଦିଗ୍ଧ ଅପରାଧି ଲିଓ ନାମକ ଜଣେ ୪୮ ବର୍ଷୀୟ ବ୍ୟକ୍ତି ବୋଲି କୁହାଯାଉଛି। କଠୋର ବନ୍ଧୁକ ନିୟମ ତଥା କଡ଼ା ସୁରକ୍ଷା ସତ୍ୱ୍ତେ ମଧ୍ୟ ଚୀନ୍‌ରେ ଅପରାଧ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର