ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହୋବାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଶିବଙ୍କ ପୂଜା କରୁଥିବା ବେଳେ ଏକ ନାଗସାପ ଆସି ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ସାପଟି ମହିଳାଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ମହୋବା ଇହର୍ରା ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ଜଣେ ମହିଳା ଘରେ ଭଗବାନ ଶିବଙ୍କ ପୂଜା କରୁଥିଲେ। ଏହି ସମୟରେ ଠାକୁର ଘରକୁ ଏକ ନାଗସାପ ହଠାତ ପଶି ଆସି ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇଯାଇଥିଲା। ମହିଳା ଉକ୍ତସାପକୁ ଦେଖି ଭୟଭୀତ ହୋଇଯାଇଥିଲେ ସତ କିନ୍ତୁ ସେ ତାଙ୍କ ଶିବପୂଜା ଛାଡ଼ି ନଥିଲେ।
ମନରେ ଭୟ ଥିବା ସତ୍ତ୍ବେ ସେ ହାତଯୋଡ଼ି ଶିବଙ୍କ ଆରାଧନା କରିବାକୁ ଲାଗି୍ଥିଲେ। ଏଭଳି ଭାବେ ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇ ଫଣା ମେଲାଇ ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ବସି ରହିଥିଲା ନାଗସାପ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ନାଗସାପଟି ମହିଳାଙ୍କୁ କୌଣସି ପ୍ରକାର ଆଘାତ ପହଞ୍ଚାଇ ନଥିଲା।
ଏଦୃଶ୍ୟ ଦେଖି ମହିଳାଙ୍କ ପରିବାରଲୋକ ୧୧୨କୁ ଫୋନ କରି ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ସାପ ଧରାଳୀଙ୍କୁ ଡକାଇଥିଲେ। ସାପଧରାଳୀ ଆସି ଉକ୍ତନାଗସାପକୁ ଉଦ୍ଧାର କରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/d7a869d9-8496-43b4-bd18-a826763e3533.jpg)