ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହରାଇଚରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ସର୍ପ ଦଂଶନ କରିଥିଲା। ସର୍ପ ଦଂଶନ ପରେ ସେ ଉକ୍ତ ସାପକୁ କାବୁ କରି ଏକ ଡବାରେ ଭର୍ତ୍ତି କରିଥିଲେ। ଡବା ସହ ସାପକୁ ଧରି ବ୍ୟକ୍ତି ସିଧା ଯାଇ ହସ୍ପିଟାଲରେ ପହଞ୍ଚିଥିଲେ। ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହି ଘଟଣା ବହରାଇଚ ଥାନା ହରଦି ଅଞ୍ଚଳସ୍ଥ ଉଦୱାପୁର ଗ୍ରାମରେ ବସବାସ କରୁଥିବା ଛୋଟେଲାଲ(୬୬)ଙ୍କ ସହିତ ଘଟିଥିଲା। ସେ ଗାଈମାନଙ୍କୁ ନଡ଼ା ଦେବା ପାଇଁ ନଡ଼ା ଏକାଠି କରୁଥିଲେ। ଏହି ସମୟରେ ନଡ଼ା ଭିତରେ ଲୁଚି ରହିଥିବା ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା। ଏହାପରେ ଛୋଟେଲାଲ ପରିବାରଲୋକଙ୍କୁ ଏହି ଘଟଣା ବିଷୟରେ ଜଣାଥିଲେ। ପରିବାରଲୋକେ ଅନେକ ଚେଷ୍ଟା କରିବା ପରେ ଛୋଟେଲାଲଙ୍କୁ ଦଂଶନ କରିଥିବା ସାପକୁ କାବୁ କରି ଏକ ଡବାରେ ପୁରାଇଥିଲେ।
ବୃଦ୍ଧ ଏହି ସର୍ପ ଭର୍ତ୍ତି ଡବା ସହିତ ଯାଇ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ ପହଞ୍ଚି ସେ ଡାକ୍ତରଙ୍କୁ କହିଥିଲେ, ‘ ସାର ମୋତେ ଏହି ସାପ କାମୁଡ଼ି ଦେଇଛି। ଏହାକୁ ଦେଖି ମୋର ଚିକିତ୍ସା କରନ୍ତୁ।’
ତେବେ କେଉଁ ସାପ ବୃଦ୍ଧଙ୍କୁ ଦଂଶନ କରି ଡାକ୍ତର ତାହା ଦେଖିବା ପରେ ଚିକିତ୍ସା ଆରମ୍ଭ କରିଥିଲେ। ସର୍ପକୁ ଚିହ୍ନଟ କରି ହେବାରୁ ଡାକ୍ତରଙ୍କୁ ଚିକିତ୍ସା କରିବାରେ ସହଜ ହୋଇଥିଲା। ଚିକିତ୍ସା ପରେ ବୃଦ୍ଧ ଛୋଟେଲାଲ ସୁସ୍ଥ ଅଛନ୍ତି।