ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଦେଶର ୨୦୦ଟି ରେଳ ଷ୍ଟେସନରେ କମନ ସର୍ଭିସ ସେଣ୍ଟର(ସିଏସ୍ସି) କିଓସ୍କ ପ୍ରତିଷ୍ଠା ହେବ। ଏଥି ମଧ୍ୟରୁ ପୂର୍ବତଟ ରେଳପଥରେ ରହିଛି ୧୩ ଷ୍ଟେସନ୍। ‘ରେଲ୍ଓୟାର୍ ସାଥୀ’ ନାମରେ ପ୍ରତିଷ୍ଠା ହେବାକୁ ଥିବା ଏହି କିଓସ୍କଗୁଡ଼ିକରେ ବିମାନ ଟିକଟ ବୁକିଂ, ଆଧାର କାର୍ଡ ଓ ଭୋଟର କାର୍ଡ ପାଇଁ ଆବେଦନ ସହ ମୋବାଇଲ୍ ରିଚାର୍ଜ, ବିଜୁଳି ବିଲ୍ ଓ ବୀମା ପୈଠ ଆଦି ସେବା ଉପଲବ୍ଧ ହେବ। ଏ ସବୁ କିଓସ୍କଗୁଡିକର ସଂଚାଳନ ଗ୍ରାମ ସ୍ତରୀୟ ଉଦ୍ୟୋଗୀମାନଙ୍କ ଦ୍ବାରା କରାଯିବ। ସର୍ବାଧିକ ୫୬ଟି କିଓସ୍କ ଉତ୍ତର ପୂର୍ବ ରେଳପଥରେ ସ୍ଥାପନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବନିମ୍ନ ୧୨ଟି ପଶ୍ଚିମ ମଧ୍ୟ ରେଳପଥରେ ପ୍ରତିଷ୍ଠା କରାଯିବ।
ପୂର୍ବତଟ ରେଳପଥର ୧୩ ଷ୍ଟେସନ୍ରେ ସ୍ଥାପନ ହେବ କିଓସ୍କ
/sambad/media/post_attachments/wp-content/uploads/2021/04/Railway-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)