ପୁଡୁଚେରୀ: ଗତକାଲି ଫିଫା ଫାଇନାଲ୍ ମ୍ୟାଚ୍ରେ କ୍ରୋଏସିଆକୁ ୪-୨ ଗୋଲ୍ରେ ଫ୍ରାନ୍ସ ହରାଇ ଚାମ୍ପିୟନ୍ ହେବା ପରେ ପୁଡୁଚେରୀ ଉପରାଜ୍ୟପାଳ କିରନ୍ ବେଦି ଦଳକୁ ଅଭିନନ୍ଦନ ଜଣାଇଥିଲେ। ଏମିତି କି ‘ଓ୍ଵି ଓ୍ଵନ୍’ ବୋଲି ଟ୍ଵିଟ୍ କରିଥିଲେ। ଏହାକୁ ନେଇ ତାଙ୍କୁ ଟ୍ଵିଟରରେ ବିଭିନ୍ନ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ମହମ୍ମଦ ଅସିଫ୍ ଖାନ୍ ନାମକ ଜଣେ ବ୍ୟକ୍ତି କିରନ୍ଙ୍କ ଟ୍ଵିଟ୍ର ଜବାବ ଦେଇ କହିଛନ୍ତି, ‘ସଫଳତାର ଅନେକ ଜନକ ଅଛନ୍ତି, କିନ୍ତୁ ବିଫଳତା ହେଉଛି ଅନାଥ’। କିରନ୍ ନିଜ ଟ୍ଵିଟର୍ ଆକାଉଣ୍ଟରେ ଲେଖିଥିଲେ, ‘ଆମେ ପୁଡୁଚେରୀବାସୀ (ପୂର୍ବର ଫ୍ରେଞ୍ଚ୍ ଟେରିଟୋରି) ବିଶ୍ୱକପ୍ ବିଜୟୀ ହୋଇଛୁ।’ ଫୁଟ୍ବଲ୍ ଟିମ୍ ଦୃଷ୍ଟିରୁ ଭାରତର ର୍ୟାଙ୍କ୍ ୯୭ ଥିବା ବେଳେ ଫିଫା ଟୁର୍ଣ୍ଣାମେଣ୍ଟରେ ଏହାକୁ ଖେଳିବାକୁ ସୁଯୋଗ ଏ ଯାଏ ମିଳିପାରି ନାହିଁ। ଏହା ସତ୍ତ୍ୱେ ଜଣେ ଭାରତୀୟ ହୋଇ ବି କିରନ୍ ‘ଆମେ ଜିତିଲୁ’ ବୋଲି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି କୁହାଯାଉଛି। ଏମିତି କି କିଛି ଲୋକ ତାଙ୍କ ଜାତୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ବିବାଦରେ କିରନ୍ ବେଦିଙ୍କ ‘ଓ୍ଵି ଓ୍ଵନ୍’ ଟ୍ଵିଟ୍
/sambad/media/post_attachments/wp-content/uploads/2018/07/705136-676972-kiran-bedi1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)