ଦେଶ ପାଇଁ ସହିଦ୍‌ ହୋଇଥିଲେ ପ୍ରଥମ ମହିଳା ଲେଫ୍ଟନାଣ୍ଟ କିରଣ, କିପରି ଅଛନ୍ତି ତାଙ୍କ ପରିବାର ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶ ଏବଂ ଦେଶବାସୀଙ୍କ ଲାଗି ଲେଫ୍ଟନାଣ୍ଟ୍‌ କିରଣ ଶିଖାୱତ ସହିଦ ହୋଇଯାଇଥିଲେ। କିରଣ ଥିଲେ ଜଣେ ବୀର ମହିଳା ସେନା ଅଧିକାରୀ, ଯିଏକି ନିଜ କର୍ତ୍ତବ୍ୟ ପୂରଣ କରୁକରୁ ଦେଶ ପାଇଁ ଜୀବନ ହାରିଥିଲେ। ୨୦୧୫ ମସିହାରେ କିରଣ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ନୌସେନାର ମହିଳା କ୍ୟାଡରଙ୍କ ନେତୃତ୍ୱ ନେଇ ରାଜସ୍ଥାନର ନାଁକୁ ଗର୍ବିତ କରାଇଥିଲେ। ଯେ ୨୪ ମାର୍ଚ୍ଚ ୨୦୧୫ରେ ଗୋଆ ଡାର୍ନିୟଲ୍‌ରେ ହୋଇଥିବା ଏକ ବିମାନ ଦୁର୍ଘଟଣାରେ ସହିଦ୍‌ ହୋଇଯାଇଥିଲେ। କିରଣଙ୍କ ସ୍ୱାମୀଙ୍କ ନାମ ବିବେକ୍‌ ସିଂହ ଛୋକ। ସେ ମଧ୍ୟ ନୌସେନାରେ ଲେଫ୍ଟନାଣ୍ଟ୍‌ ପଦରେ ରହିଛନ୍ତି ।

ସହିଦ୍‌ ଝିଅ ପରିବାରଙ୍କ କହିବାନୁସାରେ, ଝିଅକୁ ହରାଇବା ୩ବର୍ଷ ବିତି ଯାଇଛି। ଝିଅ ସହିଦ୍‌ ହେବା ପରେ ସରକାରଙ୍କ ତରଫରୁ ଅନୁକମ୍ପା ଯୋଗାଇଦେବା କଥା କୁହାଯାଇଥିଲା । କିନ୍ତୁ ପରିବାର ଏବେ ବି ସରକାରଙ୍କ ଅନୁକମ୍ପାକୁ ଚାହିଁ ରହିଛନ୍ତି। କିରଣଙ୍କ ଗାଁ କୁରଥଲାରେ ତାଙ୍କ ସ୍ମରଣାର୍ଥେ ଏକ ମହାବିଦ୍ୟାଳୟ ସ୍ଥାପନ କରିବା କଥା ମୁଖ୍ୟମନ୍ତ୍ରୀ କହିଥିଲେ କିନ୍ତୁ ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । କଲେଜ୍‌ ଖୋଲିବା ତ ଦୂରର କଥା ଏଯାଏଁ ଏଥିପାଇଁ ଜାଗାର ଚୟନ ମଧ୍ୟ ହୋଇପାରିଲା ନାହିଁ ବୋଲି ସହିଦ ଶିଖାୱତଙ୍କ ପରିବାର ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର