ଆମ ମନ୍ତ୍ରୀ ଭଲ ନାଚନ୍ତି: ପ୍ରଧାନମନ୍ତ୍ରୀ

ଗ୍ରାମବାସୀଙ୍କ ସହ ନାଚିଲେ କିରେନ ରିଜ୍ଜୁ

ନୂଆଦିଲ୍ଲୀ  : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ଗତକାଲି ଅରୁଣାଚଳ ଗସ୍ତରେ ଯାଇଥିବା ସମୟରେ ସେଠାରେ ଗ୍ରାମବାସୀଙ୍କ ସହ ଖୁବ୍‌ ଭଲ ସମୟ ଅତିବାହିତ କରିଛନ୍ତି। ରିଜ୍ଜୁ ଏକ ପ୍ରକଳ୍ପର ସମୀକ୍ଷା ପାଇଁ ଅରୁଣାଚଳ ପ୍ରଦେଶର କାଜଲଙ୍ଗ ଗ୍ରାମକୁ ଯାଇଥିଲେ। ସେହି ଗ୍ରାମର ଲୋକମାନେ ରିଜ୍ଜୁଙ୍କୁ ପାରମ୍ପରିକ ଗୀତ ଏବଂ ନୃତ୍ୟରେ ସ୍ବାଗତ କରିଥିଲେ। ଏହି ଅବସରେ ରିଜ୍ଜୁ ଗ୍ରାମବାସୀଙ୍କ ସହ ନାଚିଥଲେ । ଏହାର ଏକ ଭିଡିଓ ସେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବାପରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାର ପ୍ରଶଂସା କରିଛନ୍ତି। ରିଜ୍ଜୁଙ୍କ ପୋଷ୍ଟ୍‌କୁ ରିଟ୍ବିଟ୍‌ କରି ମୋଦୀ କହିଛନ୍ତି, ଆମ ଆଇନ ମନ୍ତ୍ରୀ ମଧ୍ୟ ଭଲ ନାଚି ଜାଣନ୍ତି। ଅରୁଣାଚଳ ପ୍ରଦେଶର ଏହି ସଂସ୍କୃତିକୁ ଦେଖି ଖୁବ୍‌ ଖୁସି ଲାଗିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର