ନୂଆଦିଲ୍ଲୀ : ଚୀନ୍ ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା ପରେ  ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୋମବାର କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଏଥର ରାହୁଲ ଗାନ୍ଧି ନିଜ ଆଚରଣରେ ସୁଧାର ଆଣିବେ ।  ସେ  କହିଛନ୍ତି, "ବିରୋଧୀ ନେତାଙ୍କ ଏପରି ବକ୍ତବ୍ୟ ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଏହା ଆମ ସେନାର ମନୋବଳକୁ ଦୁର୍ବଳ କରେ।" ସେ କହିଛନ୍ତି ଯେ ଅନେକ ନେତା ଗାନ୍ଧୀଙ୍କୁ ଭିତ୍ତିହୀନ ବକ୍ତବ୍ୟ ନ ଦେବାକୁ ଅନୁରୋଧ କରିଥିଲେ, କିନ୍ତୁ ସେ କୌଣସି ପରାମର୍ଶ ନେବାକୁ ପ୍ରସ୍ତୁତ ନଥିଲେ।

Advertisment

ଚୀନ୍ ୨୦୦୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳ ଦଖଲ କରିଛି ବୋଲି ରାହୁଲ ଗାନ୍ଧୀଙ୍କ ଦାବି ଉପରେ ସୁପ୍ରିମକୋର୍ଟ ମୌଖିକ ଆପତ୍ତି କରିବା ପରେ ରିଜିଜୁଙ୍କ ଏହି ମନ୍ତବ୍ୟ ଆସିଛି। ରାହୁଲଙ୍କୁ ଭର୍ତ୍ସନା କରି ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଥିଲେ, 'ଆପଣ କିପରି ଜାଣିଲେ ଯେ ଚୀନ ୨୦୦୦ ବର୍ଗ କିଲୋମିଟର ଭାରତୀୟ ଭୂମି ଦଖଲ କରିଛି? ଆପଣ ସେଠାରେ ଥିଲେ କି? ଆପଣଙ୍କ ପାଖରେ କ'ଣ ପ୍ରମାଣ ଥିଲା? ଯଦି ଆପଣ ଜଣେ ପ୍ରକୃତ ଭାରତୀୟ, ତେବେ ଆପଣ ଏପରି କହିପାରିବେ ନାହିଁ। ଯେତେବେଳେ ସୀମାରେ ସଂଘର୍ଷର ପରିସ୍ଥିତି ସୃଷ୍ଟି ହୁଏ, ସେତେବେଳେ ଉଭୟ ପାର୍ଶ୍ୱର ସେନା କ୍ଷତି ସହିବା ଅସ୍ୱାଭାବିକ ନୁହେଁ।'