ପାଟନା: ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଥିବା ସାଂସଦ ତଥା ପୂର୍ବତନ କ୍ରିକେଟର୍ କୀର୍ତ୍ତି ଆଜାଦଙ୍କୁ ଅବଶେଷରେ ଝାଡ଼ଖଣ୍ଡର ଧାନବାଦ ଲୋକସଭା ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ। ଗତକାଲି ଏସଂପର୍କରେ ଦଳ ପକ୍ଷରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। କୀର୍ତ୍ତି ଆଜାଦ ଦରଭଙ୍ଗାରୁ ନିର୍ବାଚନ ଲଢିବେ ବୋଲି ଶୁଣାଯାଉଥିଲା। ହେଲେ ଏହି ଆସନରୁ ଏଥର ରାଷ୍ଟ୍ରୀୟ ଜନତା ଦଳର ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାରୁ କଂଗ୍ରେସକୁ ମିଳି ନାହିଁ ଏହି ଆସନ।ଏଭଳି ସ୍ଥିତିରେ କୀର୍ତ୍ତି ଆଜାଦଙ୍କୁ ଅନ୍ୟ କୌଣସି ଆସନ ଖୋଜିବାକୁ ପଡିଥିଲା।
/sambad/media/post_attachments/wp-content/uploads/2019/04/Kirti_Feb18.jpg)
ଏଠାରେ ସୂଚନାଯୋଗ୍ୟ କୀର୍ତ୍ତି ଆଜାଦ୍ ୧୯୮୩ରେ ବିଶ୍ୱକପ୍ କ୍ରିକେଟ୍ ବିଜେତା ଦଳରେ ଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ୍ରେ ବିହାରର ଦରଭଙ୍ଗା ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତେବେ ୨୦୧୫ ଡିସେମ୍ବର ୨୩ ତାରିଖରେ କୀର୍ତ୍ତି ଆଜାଦ୍ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆଣି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଟାର୍ଗେଟ୍ କରି ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିଲେ।