ରାହୁଲ ଗାନ୍ଧୀଙ୍କ ଉପସ୍ଥତିରେ କଂଗ୍ରେସରେ ଯୋଗ ଦେଲେ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ସାଂସଦ କୀର୍ତ୍ତି ଆଜାଦ୍‌

ନୂଆଦିଲ୍ଲୀ: ଲୋକସଭା ସଦସ୍ୟ ତଥା ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ୍‌ ଆଜି ବିଧିବଦ୍ଧଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଆଜି ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏ ସଂପର୍କରେ କୀର୍ତ୍ତି ଆଜାଦ୍‌ ଟ୍ୟୁଟର୍‌ରେ ସୂଚନା ଦେଇଛନ୍ତି ଲେଖିଛନ୍ତି,‘ଆଜି ମୁଁ ରାହୁଲ ଗାନ୍ଧୀଙ୍କ ଉପସ୍ଥତିରେ କଂଗ୍ରେସରେ ଯୋଗ ଦେଲି। ମୁଁ ତାଙ୍କୁ ପାରଂପାରିକ ମିଥିଳା ଶୈଳୀରେ ସମ୍ବର୍ଦ୍ଧିତ କରିଲି।’

ଏଠାରେ ସୂଚନା ଯୋଗ୍ୟ କୀର୍ତ୍ତି ଆଜାଦ୍‌ ୧୯୮୩ରେ ବିଶ୍ୱକପ୍‌ କ୍ରିକେଟ୍‌ ବିଜେତା ଦଳରେ ଥିଲେ। ସେ ୨୦୧୮ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ୍‌ରେ ବିହାରର ଦରଭଙ୍ଗା ଲୋକସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ। ତେବେ ୨୦୧୫ ଡିସେମ୍ବର ୨୩ ତାରିଖରେ କୀର୍ତ୍ତି ଆଜାଦ୍‌ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍‌ ସଂଘରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆଣି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଟାର୍ଗେଟ୍‌ କରି ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିଲେ। ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ହେଉଥିଲା କି କୀର୍ତ୍ତି କଂଗ୍ରେସରେ ଯୋଗ ଦେବେ,ତାହା ଆଜି ସତ ହୋଇଛି।

ସମ୍ବନ୍ଧିତ ଖବର