ଓଡ଼ିଆ ସହିଦ୍‌ ପ୍ରଦୀପ ପଣ୍ଡାଙ୍କୁ ମିଳିବ ମରଣୋତ୍ତର କୀର୍ତ୍ତିଚକ୍ର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ସହ ଲଢ଼ି  ଜୀବନ ଦେଇଥିବା ଓଡ଼ିଆ ସିଆପିଏଫ୍ ଯବାନ ସହିଦ ପ୍ରଦୀପ କୁମାର ପଣ୍ଡାଙ୍କୁ ଚଳିତବର୍ଷ ସାମରିକ ସମ୍ମାନ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ। ୨୦୧୮ ଡିସେମ୍ବର ୩୧ ତାରିଖରେ ସେ ସହିଦ ହୋଇଥିବା ପଣ୍ଡାଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ମିଳିବ। ସହିଦ ପ୍ରଦୀପ ପଣ୍ଡାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା  ଲିପିଲୋଇରେ ଗ୍ରାମରେ।

ଏଥି ସହ ଚଳିତ ବର୍ଷ ଜଣଙ୍କୁ ଅଶୋକ ଚକ୍ର, ୪ ଜଣଙ୍କୁ କୀର୍ତ୍ତିଚକ୍ର, ୧୧ ଜଣଙ୍କୁ ଶୌର୍ଯ୍ୟଚକ୍ର, ୨୮ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୩ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୧ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୧୦ ଜଣଙ୍କୁ ଯୁଦ୍ଧ ସେବା ମେଡାଲ, ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ, ୧୦୯ ଜଣଙ୍କୁ ସେନା ମେଡାଲ (ସାହସିକତା), ୭ ଜଣଙ୍କୁ ନୌସେନା ମେଡାଲ, ୨ ଜଣଙ୍କୁ ବାୟୁସେନା ମେଡାଲ, ୪୦ ସେନା ମେଡାଲ (ବେସାମରିକ ସେବା), ୯ ଜଣଙ୍କୁ ନୌସେନା ମେଡାଲ (ବେସାମରିକ ସେବା) ଓ ୧୪ ଜଣଙ୍କୁ ବାୟୁ ସେନା ମେଡାଲ(ବେସାମରିକ ସେବା) ମିଳିବ।

ସମ୍ବନ୍ଧିତ ଖବର