କିଷାନ୍‌ ରାଲି: ୧୫ ଦଫା ଦାବି ସହ ଦିଲ୍ଲୀକୁ ଆସୁଛନ୍ତି ପ୍ରାୟ ୨୦ ହଜାର କୃଷକ

ନୂଆଦିଲ୍ଲୀ: ୧୫ ଦଫା ଦାବି ସହ ଉତ୍ତର ପ୍ରଦେଶରୁ ମଙ୍ଗଳବାର ଦିନ ଏକ ବିଶାଳ କୃଷକ ଯାତ୍ରା ଜାତୀୟ ରାଜଧାନୀରେ ପ୍ରବେଶ କରୁଛନ୍ତି। ଗଣ୍ଡଗୋଳ ଆଶଙ୍କା କରି ସେମାନଙ୍କୁ ଅଟକାରଇବାକୁ ପୁଲିସ ମଧ୍ୟ ସୀମାନ୍ତରେ ବେରିକେଡ୍‌ ବସାଇବା ସହ ସମଗ୍ର ପୂର୍ବ ଏବଂ ଉତ୍ତରପୂର୍ବ ଦିଲ୍ଲୀରେ ନିଷିଦ୍ଧାଦେଶ ଜାରି କରିଛି।

ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାୟତଙ୍କ ନେତୃତ୍ୱରେ ପ୍ରାୟ ୨୦ ହଜାର କୃଷକ ହରିଦ୍ୱାରରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଛନ୍ତି। ଋଣ ଛାଡ଼, ବକେୟା ଆଖୁ ପାଉଣା ଏବଂ ସ୍ୱାମୀନାଥନ୍‌ କମିଟି ରିପୋର୍ଟ ପ୍ରଚଳନ ଆଦି ସେମାନଙ୍କ ଦାବି ମଧ୍ୟରେ ରହିଛି। ସୋମବାର ସନ୍ଧ୍ୟାରେ ଗାଜିଆବାଦରେ ପହଞ୍ଚି କୃଷକମାନେ ସାହିବାବାଦ୍‌ ନିକଟରେ ଡେରା ପକାଇଛନ୍ତି। ସେମାନଙ୍କ ସହ ଆଲୋଚନା ପାଇଁ ସୁରେଶ ରାଣା ଏବଂ ଲକ୍ଷ୍ମୀନାରାୟଣ ଚୌଧୁରୀ ନାମକ ଦୁଇ ଜଣ ଉତ୍ତର ପ୍ରଦେଶ ମନ୍ତ୍ରୀ ପହଞ୍ଚିଛନ୍ତି।

ଆଇନ୍‌ଶୃଙ୍ଖଳା ସମସ୍ୟା ଆଶଙ୍କା କରି ଦିଲ୍ଲୀ ପୁଲିସ ଉତ୍ତର ପ୍ରଦେଶ ସୀମାନ୍ତବର୍ତ୍ତୀ ଦିଲ୍ଲୀ ଅଞ୍ଚଳରେ ନିଷିଦ୍ଧାଦେଶ ଜାରି କରିଛି। ଦକ୍ଷିଣ ଦିଲ୍ଲୀରେ ଟ୍ରାଫିକ୍‌ ଚଳାଚଳରେ ବିଶୃଙ୍ଖଳା ଘଟିପାରେ ବୋଲି ମଧ୍ୟ ଯାତ୍ରୀମାନଙ୍କୁ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର