୨୫ ବର୍ଷ ତଳେ ମୋଦୀଙ୍କ ସହ ଆମେରିକା ଯାଇଥିବା ଏହି ବ୍ୟକ୍ତି ଜଣକ କିଏ? ମୋଦୀଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ହେବା ସମ୍ଭାବନା

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଓ ସିକନ୍ଦରାବାଦରୁ ସାଂସଦ ଜି କିଶନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସରକାରରେ ମନ୍ତ୍ରୀ ହୋଇପାରନ୍ତି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଶନ ରେଡ୍ଡୀଙ୍କୁ ଫୋନ୍‌ କଲ୍‌ ମଧ୍ୟ ଯାଇଛି। କୁହାଯାଉଛି କି, ତେଲେଙ୍ଗାନାରେ ପ୍ରଥମ ଥର ବିଜେପି ୪ଟି ଲୋକସଭା ସିଟ୍‌ ଜିତିଛି। ଏହି ୪ଟି ସିଟରେ ବିଜେପିକୁ ଜିତାଇବାରେ ଜି. କିଶନ ରେଡ୍ଡୀଙ୍କ ବଡ଼ ଭୂମିକା ରହିଛି। ସେଥିପାଇଁ ବିଜେପି ମୁଖ୍ୟ କିଶନଙ୍କୁ ମନ୍ତ୍ରୀ ପଦ ଦେଇପାରନ୍ତି। ସେଥିପାଇଁ ସେ ଦିଲ୍ଲୀ ମଧ୍ୟ ଯାଇଛନ୍ତି।

ତେଲେଙ୍ଗାନାର ସାଧାରଣ ପରିବାରରୁ ଆସିଥିବା କିଶନ ରେଡ୍ଡୀଙ୍କ ବିଷୟରେ କୁହାଯାଏ କି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର ଲୋକ। ରେଡ୍ଡୀଙ୍କ କିଛି ଫଟୋ ମଧ୍ୟ ଆସିଛି, ଯେଉଁଥିରେ ସେ ସଂଘରେ ରହିଲା ବେଳେ ନରେନ୍ଦ୍ର ମୋଦିଙ୍କ ସହିତ ୧୯୯୪ରେ ଆମେରିକା ଗସ୍ତରେ ଯାଇଥିଲେ। ଜି. କିଶନ ରେଡ୍ଡୀଙ୍କ ରାଜନୈତିକ କ୍ୟାରିୟର ବିଷୟରେ କୁହାଯାଏ କି, ସେ ସ୍କୁଲ ଦିନରୁ ହିଁ ଆରଏସଏସ ସହିତ ଜଡ଼ିତ। ପୁଣି ସେ ୧୯୭୭ରେ ବିଜେପି କାର୍ଯ୍ୟକର୍ତ୍ତା ଭାବେ ସାମିଲ ହେଲେ, ଯାହାଙ୍କ ନେତୃତ୍ୱ ଜୟପ୍ରକାଶ ନାରାୟଣ କରିଥିଲେ। ୨୦୦୪ରେ ହିମାୟତ ନଗର ର୍ନିବାଚନ ମଣ୍ଡଳୀରୁ ପ୍ରଥମ ଥର ର୍ନିବାଚନରେ ଓହ୍ଲାଇ ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ରେ ବି ସେ ଜିତିଥିଲେ। ଏହା ବ୍ୟତୀତ ସେ ୩ଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ବିଜେପି ପ୍ରଦେଶ ଅଧ୍ୟକ୍ଷ ରହିସାରିଛନ୍ତି ଓ ତେଲେଙ୍ଗାନାରେ ବି ୟୁନିଟ୍‌ ମୁଖ୍ୟ ରହିସାରିଛନ୍ତି।

ସମ୍ବନ୍ଧିତ ଖବର