ମାଙ୍କଡଙ୍କୁ ଘଉଡାଇବାକୁ ରେଳ ଷ୍ଟେସନରେ ନିୟୋଜିତ ହେଲେ ଏହି ବ୍ୟକ୍ତି, ମାସକୁ ଦରମା ୧୫ ହଜାର ଟଙ୍କା

ଲକ୍ଷ୍ନୌ :ନିଜ ସ୍ୱର ମାଧ୍ୟମରେ ମାଙ୍କଡମାନଙ୍କୁ ଘଉଡାଇ ଦେଉଥିବା ମାଙ୍କଡ ଧରାଳି କିସ୍ମତଙ୍କୁ ଚାରବାଗ ରେଳ ଷ୍ଟେସନରେ ନିୟୋଜିତ କରାଯାଇଛି | ଚାରବାଗ ରେଳ ଷ୍ଟେସନରେ ମାଙ୍କଡଙ୍କର ଉତ୍ପାତ ଯୋଗୁଁ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କିସ୍ମତଙ୍କୁ ନିୟୋଜିତ କରାଯାଇଛି | ଗତ ବର୍ଷ କିସ୍ମତଙ୍କର ଚୁକ୍ତିନାମା ଶେଷ ହୋଇଥିଲା | ସେବେଠାରୁ ସେ ଆଉ ଷ୍ଟେସନକୁ ଆସୁନଥିଲେ | ଆଉ କିସ୍ମତ ଆସୁନଥିବାରୁ ପୁଣି ମାଙ୍କଡ ପଲଙ୍କର ଦୌରାତ୍ମ୍ୟ ବଢିଯାଇଥିଲା |

ଯାହାକୁ ଦେଖି ରେଳଷ୍ଟେସନ ପକ୍ଷରୁ ପୁଣି କିସ୍ମତଙ୍କୁ ନିୟୋଜିତ କରାଯାଇଛି | ତେବେ ନିଜ ସ୍ୱର ସହିତ ମାଙ୍କଡକୁ ଘଉଡାଇବା ପାଇଁ କିସ୍ମତଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିବ । ପ୍ରାୟ ଚାରି ବର୍ଷ ପୂର୍ବେ ସେ ମାଙ୍କଡମାନଙ୍କୁ ଘଉଡାଇବା କାମ ଆରମ୍ଭ କରିଥିଲେ | ସେତେବେଳେ ତାଙ୍କୁ ମାସିକ ୨୧ ହଜାର ଟଙ୍କା ରେଳବାଇ ପକ୍ଷରୁ ଦିଆଯାଉଥିଲା |

ମାଙ୍କଡଙ୍କ ଭଳି ସ୍ୱର କରିପାରୁଥିବାରୁ ମାଙ୍କଡମାନେ କିସ୍ମତଙ୍କ ସ୍ୱର ଶୁଣିଲେ ପଳାଇଯାଇଥାନ୍ତି | ଆଉ ଗତବର୍ଷ ଚୁକ୍ତି ସରିବା ପରେ କିସ୍ମତ ଆଉ ଆସୁନଥିବାରୁ ପୁଣି ଥରେ ଚାରବାଗ ଷ୍ଟେସନରେ ମାଙ୍କଡଙ୍କ ଦୌରାତ୍ମ୍ୟ ବଢିଯାଇଥିଲା | ଯାହାକୁ ଦେଖି ରେଳବାଇ ପୁଣି କିସ୍ମତଙ୍କୁ ନିୟୋଜିତ କରିଛି | ବର୍ତ୍ତମାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କିସ୍ମତ ଏହି କାର୍ଯ୍ୟରେ ନିୟୋଜିତ ହୋଇ ମାଙ୍କଡମାନଙ୍କୁ ଘଉଡାଉଛନ୍ତି |

ସମ୍ବନ୍ଧିତ ଖବର