ଝାଡ଼ଖଣ୍ଡ ବିଧାୟକଙ୍କ ବିବାଦୀୟ ପ୍ରତିଯୋଗିତା:ସର୍ବସାଧାରଣରେ ଚୁମ୍ବନକୁ ପ୍ରୋତ୍ସାହନ

ରାଞ୍ଚି: ଭାରତୀୟ ସଂସ୍କୃତିରେ ଦମ୍ପତିମାନେ ସର୍ବସାଧାରଣରେ ପାରସ୍ପରିକ ନିବିଡ଼ତା ପ୍ରଦର୍ଶନ କରିବାକୁ ସମାଜ ଗ୍ରହଣ କରେନାହିଁ। ଏପରିକି ସ୍ଥଳବିଶେଷରେ ଏଥିପାଇଁ ଦମ୍ପତିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ। ସୁତରାଂ ସର୍ବସାଧାରଣରେ ଚୁମ୍ବନ ଦେବାକୁ ମଧ୍ୟ ଅନେକ ପସନ୍ଦ କରିନଥାନ୍ତି। ତେବେ ଝାଡ଼ଖଣ୍ଡର ଜଣେ ବିଧାୟକ ଏକ ପାରମ୍ପରିକ ବାର୍ଷିକ ଉତ୍ସବରେ ଚୁମ୍ବନ ପ୍ରତିଯୋଗିତା ଆୟୋଜନ କରି ଆଦିବାସୀ ସଂପ୍ରଦାୟର ଦମ୍ପତିଙ୍କୁ ପ୍ରୋତ୍ସାହନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷେ, ସଂସ୍କୃତିକୁ କଳୁଷିତ କରୁଥିବା ସଂପୃକ୍ତ ବିଧାୟକଙ୍କ ଇସ୍ତଫାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଝାଡ଼ଖଣ୍ଡର ପାକୁର ଜିଲ୍ଲା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଲିଟିପଡ଼ା ବ୍ଲକ୍‌ର ଦୁମାରିଆ ଗାଁରେ ଦୀର୍ଘ ୩୭ ବର୍ଷ ହେଲା ଏକ ବାର୍ଷିକ ମେଳା ଅନୁଷ୍ଠିତ ହୋଇଆସୁଛି। ସ୍ୱାଧୀନତା ସଂଗ୍ରାମୀ ସିଡୋ କାହ୍ନଙ୍କ ନାମରେ ଆୟୋଜିତ ଏହି ଦୁଇଦିନିଆ ମେଳାରେ ଶହ ଶହ ସଂଖ୍ୟାରେ ଅଞ୍ଚଳବାସୀ ସମବେତ ହୋଇ ସଂସ୍କୃତିକୁ ବଜାୟ ରଖିବା ଲାଗି ପାରମ୍ପରିକ ଲୋକନୃତ୍ୟ ଗୀତରେ ମଜ୍ଜିଯାଆନ୍ତି। ତେବେ ଏହି ମେଳାରେ ସେଠାକାର ବିଧାୟକ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ସାଇମନ ମାରାଣ୍ଡି ନବ ବିବାହିତ ଦମ୍ପତିଙ୍କ ମଧ୍ୟରେ ଚୁମ୍ବନ ପ୍ରତିଯୋଗିତା ଆୟୋଜନ କରିବା ଘଟଣା ସାଧାରଣରେ ବିସ୍ମୟ ଏବଂ ବିବାଦ ସୃଷ୍ଟି କରିଛି। ଗତ ଶନିବାର ସଂଘଟିତ ଏହି ପ୍ରତିଯୋଗିତାରେ ୧୮ ଯୋଡ଼ି ଦମ୍ପତି ଅଂଶଗ୍ରହଣ କରି ଶହଶହ ଜନତାଙ୍କ ସମ୍ମୁଖରେ ନିବିଡ଼ ମୁଦ୍ରାରେ ପରସ୍ପରକୁ ଦୀର୍ଘ ସମୟ ଧରି ଚୁମ୍ବନ କରିଥିଲେ।

ତେବେ ସାଇମନଙ୍କ ଏହି ଉଦ୍ୟମକୁ ବିଭିନ୍ନ ସ୍ତରରେ ବିରୋଧ ହେବା ଆରମ୍ଭ ହୋଇଛି। ଖ୍ରୀଷ୍ଟୀୟ ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ପ୍ରଭାବିତ ହୋଇ ସ୍ଥାନୀୟ ଏକ ଚର୍ଚ୍ଚ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶରେ ସାଇମନ ଏପରି ଅପସଂସ୍କୃତି ଚଳାଇଛନ୍ତି ବୋଲି ଝାଡ଼ଖଣ୍ଡ ବିଜେପି ଉପସଭାପତି ହେମଲାଲ୍‌ ମୁର୍ମୁ ଅଭିଯୋଗ ଆଣିଛନ୍ତି। ଏଭଳି କୁସଂସ୍କାରପାଇଁ ସାଇମନଙ୍କ ଇସ୍ତଫା ସେ ଦାବି କରିଛନ୍ତି। ଅପରପକ୍ଷେ, ଏହା ପଛରେ ଏକ ମହତ୍‌ ଉଦ୍ଦେଶ୍ୟ ରହିଛି ବୋଲି ଶ୍ରୀ ମାରାଣ୍ଡି ଯୁକ୍ତି ବାଢ଼ିଛନ୍ତି। ଏହି ନିରକ୍ଷର ତଥା ନିରୀହ ଆଦିବାସୀ ଦମ୍ପତିଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ମତଭେଦ ବଢ଼ିବା ସହ ସଂପ୍ରଦାୟରେ ବିବାହ ବିଚ୍ଛେଦ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ରୋକ୍‌ ଲଗାଇବା ପାଇଁ ସେ ଏପରି ଅଭିନବ ଉପାୟ ଚିନ୍ତା କରିଥିଲେ ବୋଲି ଶ୍ରା ମାରାଣ୍ଡି ଗଣମାଧ୍ୟମକୁ ସଫେଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଥର ଗତ ଶନିାବାର

ସମ୍ବନ୍ଧିତ ଖବର