ବୁଏନ୍ସ ଆରିସ: କରୋନା ମହାମାରୀ ସମୟରେ ଆର୍ଜେଣ୍ଟିନା ସଂସଦର ଭର୍ଚୁଆଲ୍ ଅଧିବେଶନ ଚାଲିଥିବା ବେଳେ ଜଣେ ସାଂସଦ ତାଙ୍କ ବାନ୍ଧବୀଙ୍କ ବକ୍ଷଦେଶରେ ଚୁମ୍ବନ ଦେବା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସମ୍ପୃକ୍ତ ସାଂସଦ ତାଙ୍କ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଆର୍ଜେଣ୍ଟିନାର ସଂସଦରେ ଭର୍ଚୁଆଲ୍ ଅଧିବେଶନ ସମୟରେ ୪୭ ବର୍ଷୀୟ ସାଂସଦ ଜୁଆନ୍ ଇମିଲିଓ ଆମେରି ତାଙ୍କ ବାନ୍ଧବୀଙ୍କ ବକ୍ଷଦେଶରେ ସର୍ବସମ୍ମୁଖରେ ଚୁମ୍ବନ ଦେଇଥିଲେ। ସଂସଦରେ ପେନ୍ସନ ପାଣ୍ଠି ବିନିଯୋଗ ବିଷୟରେ ଭର୍ଚୁଆଲ ବିତର୍କ ଚାଲିଥିବା ସମୟରେ ଆମେରିଙ୍କ ବାନ୍ଧବୀ ତାଙ୍କ କୋଳରେ ବସିଥିବା ଦେଖାଯାଇଥିଲା। ଆମେରି ଅନ୍ଲାଇନ୍ରେ ଥିବାବେଳେ ତାଙ୍କ ବାନ୍ଧବୀଙ୍କ ବ୍ଲାକ୍ ଟପ୍ ଖୋଲି ବକ୍ଷଦେଶରେ ଚୁମ୍ବନ ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ବିରୋଧୀଙ୍କ ଚାପ ବଢ଼ିବାରୁ ଆମେରି ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ସଂସଦ ଅଧିବେଶନ ବେଳେ ବାନ୍ଧବୀଙ୍କ ବକ୍ଷରେ ଚୁମ୍ବନ
ଇସ୍ତଫା ଦେଲେ ଆର୍ଜେଣ୍ଟିନା ନେତା
/sambad/media/post_attachments/wp-content/uploads/2020/09/kiss-in-chest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)