ରମନ ମ୍ୟାଗସେସେ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କଲେ କେକେ ଶୈଲଜା

କୋଚି: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା ରାମନ୍‌ ମ୍ୟାଗସେସେ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କର ଦେଇଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ନେତ୍ରୀ କେକେ ଶୈଲଜା କହିଛନ୍ତି ଯେ ନୋବେଲ ପୁରସ୍କାରର ଏସୀୟ ସଂସ୍କରଣ ଭାବରେ ପରିଗଣିତ ମ୍ୟାଗସେସେ ପୁରସ୍କାର ଗ୍ରହଣ ନକରିବା ପାଇଁ ନିଷ୍ପତ୍ତି ଦଳ ସହିତ ଆଲୋଚନା କରିବା ପରେ ନେଇଛନ୍ତି।

ଶୈଲଜା କହିଛନ୍ତି, ମୋତେ ପୁରସ୍କାର କମିଟି ଦ୍ୱାରା ସୂଚନା ଦିଆଯାଇଥିଲା ଯେ ମୋ ନାମକୁ ପୁରସ୍କାର ପାଇଁ ବିଚାର କରାଯାଉଛି। ମୁଁ ଜଣେ ରାଜନୈତିକ ନେତା। ଏହି ପୁରସ୍କାର ସାଧାରଣତଃ ରାଜନୈତିକ ନେତାମାନଙ୍କୁ ଦିଆଯାଇ ନଥାଏ ବୋଲି କେକେ ଶୈଲାଜା କହିଛନ୍ତି।

କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଶୈଲଜା ଆହୁରି ମଧ୍ୟ କହିଛନ୍ତି, ମୁଁ ସିପିଆଇ (ଏମ)ର କେନ୍ଦ୍ରୀୟ କମିଟି ସଦସ୍ୟ ରହିଛି। ମୁଁ ମୋ ଦଳର ନେତୃତ୍ୱ ସହିତ ଏ ବିଷୟରେ ଆଲୋଚନା କଲି ଏବଂ ଆମେ ଏହାକୁ ଗ୍ରହଣ ନକରିବାକୁ ସାମୂହିକ ଭାବରେ ଏକ ନିଷ୍ପତ୍ତି ନେଇଥିଲୁ। ଏହା ଏକ ବଡ ପୁରସ୍କାର। କିନ୍ତୁ ଯେଉଁ ସଂସ୍ଥା ଏହି ପୁରସ୍କାର ପ୍ରଦାନ କରୁଛି ସେମାନେ ଏକ ଏନଜିଓ ଏବଂ ସେମାନେ ସାଧାରଣତଃ କମ୍ୟୁନିଷ୍ଟଙ୍କ ନୀତିକୁ ସମର୍ଥନ କରନ୍ତି ନାହିଁ।

୧୯୫୭ରେ ସ୍ଥାପିତ, ରମନ ମ୍ୟାଗସେସେ ପୁରସ୍କାର ଏସିଆର ସର୍ବୋଚ୍ଚ ସମ୍ମାନ। ଏହା ତୃତୀୟ ଫିଲିପାଇନ୍‌ସ ରାଷ୍ଟ୍ରପତିଙ୍କ ସ୍ମୃତିରେ ପ୍ରଦାନ କରାଯାଏ ଏବଂ ତାଙ୍କ ନାମରେ ହିଁ ଏହି ପୁରସ୍କାର ନାମିତ ହୋଇଛି। ବିଭିନ୍ନ କ୍ଷେତ୍ରରେ ସମାଜପାଇଁ ନିଃସ୍ୱାର୍ଥପର ସେବା ପାଇଁ ଏସିଆର ବ୍ୟକ୍ତି ବିଶେଷ ଏବଂ ସଂଗଠନଗୁଡ଼ିକୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ।

ସମ୍ବନ୍ଧିତ ଖବର