କୋଲକାତା: ଆଇପିଏଲ୍ ୨୦୨୫ର ୨୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍‌ରେ କେକେଆର ଟସ୍ ଜିତି ବ‌ୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏଲଏସଜି ଦଳ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଟଭରରେ ୩ ୱିକେଟ ହରାଇ ୨୩୮ ରନ୍ କରିଥିଲା। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୨୩୯ ରହିଥିଲା।

Advertisment

ତେବେ କେକେଆର ଦଳ ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ ହରାଇ ୨୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜିତିବା ମ୍ୟାଚ୍‌କୁ କେକେଆର ହାରିଥିବାବେଳେ ଶେଷ ଓଭର ଗୁଡ଼ିକରେ ଏଲଏସଜି ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲା। 

 

ଅଧିକ ପଢ଼ନ୍ତୁ: ମମତାଙ୍କୁ ସମର୍ଥନ କଲେ ରାହୁଲ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ

କେକେଆର ପକ୍ଷରୁ ଅଜିଙ୍କ୍ୟ ରାହାଣେ ୩୫ ବଲ୍‌ରେ ୬୧ ରନ୍, ଭେଙ୍କଟେଶ ଆୟର ୨୯ ବଲ୍‌ରେ ୪୫ ରନ୍ ଏବଂ ରିଙ୍କୁ ସିଂହ ୧୫ ବଲ୍‌ରେ ଅପରାଜିତ ୩୮ ରନ୍ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ଆକାଶ ଦୀପ ଏବଂ ଶାର୍ଦ୍ଦୁଳ ଠାକୁର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। 

ଅଧିକ ପଢ଼ନ୍ତୁ: ବଦଳାଇବାକୁ ପଡ଼ିପାରେ ପୁରୁଣା ସିମକାର୍ଡ କାରଣ ଜାଣନ୍ତୁ

 Indian Premier League 2025 | KKR vs LSG | 21st Match