ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ନିଜର ରାଜନୈତିକ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପାଇଁ ଏକ ନିର୍ବାଚନୀ ଗୀତ ପ୍ରସ୍ତୁତ କରିଛନ୍ତି। ଏହି ଗୀତର ଲେଖା ବଲିଉଡ ଅଭିନେତା ଶାହାରୁଖ୍ ଖାନ୍ଙ୍କ ଆଇପି ଏଲ୍ ଟିମ୍ କୋଲକାତା ନାଇଟ୍ ରାଇର୍ଡସର ଥିମ୍ ସଙ୍ଗ ସହିତ ମିଶି ଯାଉଛି।
କୋଲକାତା ନାଇଟ୍ ରାଇଟର୍ସର ଥିମ୍ ସଙ୍ଗ (କୋରବୋ ଲୋର୍ବୋ ଜିତ୍ ବୋରେ’ ଖୁବ୍ ଲୋକପ୍ରି୍ରୟ ହୋଇଥିଲା। କେକେଆରର ଏହି ଗୀତ ସହିତ ପ୍ରାୟତଃ ସମାନତା ଥିବା ଗୀତକୁ ଭୋଜପୁରୀରେ ପ୍ରସ୍ତୁତ କରାଯାଇଛି। ଏହି ଗୀତର ମୁଖୁଡା ହେଲା-‘ଦୁଷ୍ମନ୍ ହୋସିଆର,ଜାଗା ହେ ବିହାର, କିୟା ହେ ୟଲଗାର୍ , ବଦଲଙ୍ଗେ ସରକାର..।
/sambad/media/post_attachments/wp-content/uploads/2019/04/tejaswi-yadav-ndtv.jpg)
ତେଜସ୍ୱୀ ଯାଦବ ଏହି ଗୀତର ଭିଡିଓ ନିଜର ଟୁଇଟରରେ ସେଆର୍ କରିଛନ୍ତି। ଏଥିରେ ଗୋଟିଏ ଦୁଇଟି ଜାଗାରେ ଲାଲୁୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିଛି। ଏହି ଗୀତ ଜରିଆରେ ଭୋଟରମାନଙ୍କ ନିକଟତର ହେବା ସହିତ ସରକାର ବଦଳାଇବା ଲାଗି ଚେଷ୍ଟା କରିଛନ୍ତି ତେଜସ୍ୱୀ ଯାଦବ।