ଲକ୍ଷ୍ନୌ: ଗତବର୍ଷ ହରିୟାନାର ଗୁରୁଗ୍ରାମସ୍ଥିତ ର୍ୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲ ଘଟଣାର ପୁନରାବୃତ୍ତି ଲକ୍ଷ୍ନୌସ୍ଥିତ ଏକ ଘରୋଇ ସ୍କୁଲରେ ହୋଇଛି। ମଙ୍ଗଳବାର ଲକ୍ଷ୍ନୌର ତ୍ରିବେଣୀନଗର ସ୍ଥିତ ଆଲିଗଞ୍ଜର ବ୍ରାଇଟ ଲ୍ୟାଣ୍ଡ ସ୍କୁଲର ଉପର ଶ୍ରେଣୀର ଜଣେ ଛାତ୍ରୀ ପ୍ରଥମ ଶ୍ରେଣୀରେ ପଢୁଥିବା ହ୍ରିତିକ୍(୬)ଙ୍କୁ ସ୍କୁଲ ପାଇଖାନାରେ ଛୁରୀ ଭୁସି ହତ୍ୟା ଉଦ୍ୟମ କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି। ହ୍ରିତିକର ଛାତି, ପେଟ ଓ ବାମ ଆଖିରେ ଶକ୍ତ ଆଘାତ ଲାଗିଛି। ଏବେ ସେ ଲକ୍ଷ୍ନୌସ୍ଥିତ କେଜିଏମ୍ୟୁ ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି।
ହ୍ରିତିକ୍ର କହିବାନୁଯାୟୀ, ମଙ୍ଗଳବାର ସକାଳ ୧୦ଟା ୨୦ରେ ସ୍କୁଲର ତୃତୀୟ ମହଲାରେ ଥିବା ଶେଣୀଗୃହରୁ ହ୍ରିତିକ୍ ତଳକୁ ଓହ୍ଲାଉଥିବା ବେଳେ ଦ୍ୱିତୀୟ ମହଲାରେ ପୁଅ ଭଳି ଚୁଟି ରଖିଥିବା ଛାତ୍ରୀ ଜଣଙ୍କ ତା’କୁ ପାଇଖାନା ମଧ୍ୟକୁ ଟାଣି ନେଇଥିଲେ। ସେହି ସମୟରେ ସ୍କୁଲର ଶିକ୍ଷକ ଅମିତ୍ ଚୌହାନ୍ ବନ୍ଦ ପାଇଖାନାରୁ ଚିତ୍କାର ଶୁଭୁଥିବା ଶୁଣି ସେଠାକୁ ଧାଇଁ ଯାଇଥିଲେ। ଶିକୁଳି ଖୋଲିବା ପରେ ପାଇଖାନା ମଧ୍ୟରେ ହ୍ରିତିକ୍ ରକ୍ତାକ୍ତ ଅବସ୍ଥାରେ ପଡ଼ିିଥିବା ଦେଖିଥିଲେ।
ପାଇଖାନାରେ ଛାତ୍ରଙ୍କୁ ଛୁରୀ ଭୁସିଲେ ବରିଷ୍ଠ ଛାତ୍ରୀ
ର୍ୟାନ୍ ସ୍କୁଲ୍ ଘଟଣାର ପୁନରାବୃତ୍ତି!
/sambad/media/post_attachments/wp-content/uploads/2017/10/knife-attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)