ଆମେରିକାର କଟକଣା ଧମକକୁ ଖାତିର ନ କରି ରୁଷ ସହ ୫ ବିଲିଅନ୍ ଡଲାର୍ର ଚୁକ୍ତି ସ୍ୱାକ୍ଷର କରି ଭାରତ କିଣିବାକୁ ଯାଉଛି ୫ଟି ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରୋଧକ ବ୍ୟବସ୍ଥା । ଜାଣନ୍ତୁ କାହିଁକି ଏସ୍-୪୦୦ ଦେଶର ପ୍ରତିରକ୍ଷା ଲାଗି ଏତେ ଜରୁରୀ।
/sambad/media/post_attachments/wp-content/uploads/2018/10/S-400_Infographics_6_2.jpg)
ଚୀନ ଆଡ଼ୁ ବିପଦ!
୨୦୧୪ ମସିହାରୁ ଚୀନ୍ ଏହି ସର୍ବାଧୁନିକ କ୍ଷେପଣାସ୍ତ୍ର ନିରୋଧି ବ୍ୟବସ୍ଥା ରୁଷ ଠାରୁ ଆଣିବା ପାଇଁ ଚକ୍ତି କରିଥିଲା ଓ ଏବେ ଏହାକୁ ହାସଲ କରିସାରିଛି, ଯାହାକି ଭାରତ ପ୍ରତି ବିପଦ ହୋଇପାରେ। ଏହାର ଉଚିତ ମୁକାବିଲା ଲାଗି ବର୍ତ୍ତମାନ ଭାରତ ପାଖରେ ଅସ୍ତ୍ର ନାହିଁ।
/sambad/media/post_attachments/wp-content/uploads/2018/10/S-400_Infographics_3.jpg)
୨୦୨୦ରେ ଆସିବ ଏସ୍-୪୦୦
ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଯୁଦ୍ଧାସ୍ତ୍ର ଭାବେ ପରିଗଣିତ ହେଉଥିବା ଏସ୍-୪୦୦ କ୍ଷେପଣାସ୍ତ୍ର ୨୦୨୦ ସୁଦ୍ଧା ଭାରତର ହସ୍ତଗତ ହେବ। ଚୁକ୍ତିର ୨୪ ମାସ ମଧ୍ୟରେ ଏହା ହସ୍ତାନ୍ତର କରିବ ରୁଷ।
/sambad/media/post_attachments/wp-content/uploads/2018/10/S-400_Infographics_4.jpg)
ଭୂମିରେ ରହି ଉଡେଇବ ଆକାଶୀ ଅସ୍ତ୍ର
ଏସ୍-୪୦୦ ଭୂପୃଷ୍ଠରୁ ଶତ୍ରୁପକ୍ଷର ଆକାଶୀ ଆକ୍ରମଣକୁ କ୍ଷେପଣାସ୍ତ୍ର ମାଧ୍ୟମରେ ଧ୍ୱଂସ କରିପାରିବ। ଆକାଶମାର୍ଗରୁ ହେବାକୁ ଥିବା ଯେ କୌଣସି ଆକ୍ରମଣକୁ ପ୍ରତିହତ କରିବ ଏସ୍-୪୦୦। ଯୁଦ୍ଧବିମାନ,ମିସାଇଲ୍ ଓ ଡ୍ରୋନ୍କୁ ଟାର୍ଗେଟ୍ କରି ଉଡାଇ ପାରିବ ଏସ୍-୪୦୦।
/sambad/media/post_attachments/wp-content/uploads/2018/10/S-400_Infographics_5.jpg)
ଏକାବେଳେକେ ୩୬ ଟାର୍ଗେଟ; ଏକସଙ୍ଗେ ୭୨ ମିସାଇଲ୍
ଏକାବେଳେ ୩୬ଟି ଟାର୍ଗେଟକୁ ଉଡାଇ ପାରିବାର କ୍ଷମତା ଏସ୍ -୪୦୦ର ରହିଛି। ଆବଶ୍ୟକ ପଡ଼ିଲେ ଏକାସଙ୍ଗେ ୭୨ଟି କ୍ଷେପଣାସ୍ତ୍ରକୁ ଭିନ୍ନ ଭିନ୍ନ ଲକ୍ଷ୍ୟସ୍ଥଳକୁ ନିକ୍ଷେପ କରିପାରିବ ଏସ୍-୪୦୦।
/sambad/media/post_attachments/wp-content/uploads/2018/10/S-400_Infographics_6.jpg)
ରେଞ୍ଜ ୩୮୦ କିଲୋମିଟର୍
୩୮୦ କିଲୋମିଟର ପରିସର ମଧ୍ୟରେ ଯେ କୌଣସି ଟାର୍ଗେଟକୁ ଖୋଜି ତାକୁ ଧ୍ୱଂସ କରିଦେବ ଏସ୍-୪୦୦। ଏସ୍-୪୦୦ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷମତା ହେଲା ଏଥିରେ ଥିବା ରାଡାର ୬୦୦ କିଲୋମିଟର ପରିସୀମାରେ ଥିବା ଶତ୍ରୁ ପକ୍ଷର ଅସ୍ତ୍ରକୁ ଧରିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/S-400_Infographics_1.jpg)