ମୋଦୀ ପ୍ରଣାମ କରୁଥିବା ଏହି ମହିଳାଙ୍କୁ ଆପଣ ଜାଣନ୍ତି କି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଅନେକ ସମୟରେ ସକ୍ରିୟ ରହିଥାନ୍ତି | ତେବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି କିଛି ଫଟୋ ଟ୍ୱିଟ କରିଛନ୍ତି ଯାହାକୁ ନେଇ ଆଲୋଚନା ଜୋର ଧରିଛି। ଏହି ଫଟୋଗୁଡ଼ିକରେ ପ୍ରଧାନମନ୍ତ୍ରୀ ଜଣେ ବୃଦ୍ଧ ମହିଳାଙ୍କୁ ପ୍ରଣାମ କରୁଛନ୍ତି। ଏହି ମହିଳା ହେଉଛନ୍ତି ଶ୍ରୀମତୀ ଉମା ସଚ୍ଚଦେବ | ୯୦ ବର୍ଷୀୟ ଉମା ସଚ୍ଚଦେବଙ୍କ ସେନା ସହିତ ଅତି ଘନିଷ୍ଠ ସମ୍ପର୍କ ରହିଛି | ତାଙ୍କ ସ୍ୱାମୀ ଅବସରପ୍ରାପ୍ତ କର୍ଣ୍ଣେଲ ଏଚ୍.କେ ସଚ୍ଚଦେବ ସେନାରେ ଥିଲେ । ଏଥି ସହିତ ତାଙ୍କ ପୁତୁରା ମଧ୍ୟ ସେନା ମୁଖ୍ୟ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟରରେ ଉମା ସଚ୍ଚଦେବଙ୍କୁ ଭେଟିବା ପରେ ଲେଖିଛନ୍ତି ଯେ ଉମା ସଚ୍ଚଦେବ ଜୀଙ୍କ ସହ ଆଜି ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ଅବସରପ୍ରାପ୍ତ କର୍ଣ୍ଣେଲ ଏଚ୍.କେ ସଚ୍ଚଦେବ ସେନାର ଜଣେ ସମ୍ମାନିତ ବ୍ୟକ୍ତିତ୍ୱ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉମା ସଚ୍ଚଦେବ ମୋତେ ତାଙ୍କ ସ୍ୱାମୀ ଲେଖିଥିବା ତିନୋଟି ପୁସ୍ତକ ଦେଇଛନ୍ତି। ସେ କହିଛନ୍ତି ଯେ ଏଥି ମଧ୍ୟରୁ ଦୁଇଟି ଗୀତା ସହ ଜଡିତ। ତୃତୀୟ ବହିଟିର ନାମ ‘ବ୍ଲଡ଼ ଆଣ୍ଡ ଟିୟର୍ସ’ ହୋଇଥିବାବେଳେ ଏଥିରେ ବିଭାଜନ ସମୟରେ ତାଙ୍କ ଅନୁଭୂତି ଉଲ୍ଲେଖ କରିଛନ୍ତି । ସୂଚନା ଥାଉ କି ଯେ ଉମା ସଚ୍ଚଦେବଙ୍କ ସ୍ୱାମୀ କର୍ଣ୍ଣେଲ ଏଚ୍.କେ ସଚ୍ଚଦେବ ସେନାରେ ଥିବାବେଳେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକ ହେଉଛନ୍ତି ଉମା ସଚ୍ଚଦେବଙ୍କ ଭଣଜା। ଭିପି ମଲିକ୍ ୧୯ତମ ସେନା ମୁଖ୍ୟ ଭାବେ କାର୍ଗିଲ୍ ଯୁଦ୍ଧ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |

ସମ୍ବନ୍ଧିତ ଖବର