ଅନ୍ୟ ଦେଶରେ ଦୁଷ୍କର୍ମକାରୀଙ୍କୁ ମିଳିଥାଏ ଏଭଳି ଲୋମଟାଙ୍କୁରା ଦଣ୍ଡ…

ନୂଆଦିଲ୍ଲୀ:  ଦେଶରେ ଅପରାଧିକ ମାମଲାକୁ ହ୍ରାସ କରିବା ପାଇଁ ବିିଭିନ୍ନ ପ୍ରକାର ନିୟମ ଲାଗୁ କରାଯାଉଥିଲେ ହେଁ ଭାରତରେ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବଂ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଣେ, ବହୁ ପ୍ରତୀକ୍ଷିତ ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ନ୍ୟାୟାଳୟର ଘୋଷଣା ପରେ ମଧ୍ୟ ଦୋଷୀ ଓ ସେମାନଙ୍କ ପରିବାର ଏହାକୁ କୋହଳ କରିବା ପାଇଁ ଆବେଦନ କରୁଛନ୍ତି। ଏବଂ ଆଇନ୍‌ର କୌଣସି ବି ଗଳାବାଟକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଖାସ୍‌ ଏହି କାରଣ ପାଇଁ ଏବେ ଜାନୁଆରି ୨୨ରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାରେ ଅନିଶ୍ଚିତତା ଓ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି।

प्रतीकात्मक फोटो (GettyImages)
aajtak

ନିର୍ଭୟା ଦୋଷୀଙ୍କୁ ୨୨ ତାରିଖରେ ଫାଶୀ ଦିଆଯାଇ ନ ପାରେ ! ଦିଲ୍ଲୀ ହାଇକୋର୍ଟଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ । ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବା ପରେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାକୁ ହେବ ବୋଲି କୋର୍ଟଙ୍କୁ କହିଛନ୍ତି ଦିଲ୍ଲୀ ସରକାର।

ଆମ ଦେଶରେ ଘଟୁଥିବା ବିରଳରୁ ବିରଳତମ ଦୁଷ୍କର୍ମ ଅପରାଧରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥାଏ। କିନ୍ତୁ ଦୁନିଆରେ ଏମିତି କେତୋଟି ଦେଶ ଅଛି ଯେଉଁଠାରେ ଦୁଷ୍କର୍ମକୁ ନେଇ ‘ଶୂନ୍ୟ ସହନଶୀଳତା’ (ଜିରୋ ଟଲରେନ୍ସ) ରହିଛି। ତେବେ, ଆସନ୍ତୁ ଜାଣିବା ଅନ୍ୟ ଦେଶରେ ଦୁଷ୍କର୍ମକାରୀଙ୍କୁ କିଭଳି ଦଣ୍ଡ ମିଳିଥାଏ…

ଆମେରିକାର ଫେଡେରାଲ ଲ’ ‘ବଳତ୍କାର’ କିମ୍ବା ‘ରେପ୍‌’ ଶବ୍ଦର ବ୍ୟବହାର କରି ନଥାଏ। ସେଠାରେ ଏହାକୁ ନିୟମ ବିରୋଧୀ ଯୌନକ୍ରିୟା ବୋଲି କୁହାଯିବା ସହ ଏହାକୁ ଏକ ଜଘନ୍ୟ ଅପରାଧ ରୂପେ ବିବେଚନା କରାଯାଇଥାଏ। ଆମେରିକାରେ ପ୍ରଚଳିତ ଥିବା ଆଇନ ଅନୁସାରେ ଦୁଷ୍କର୍ମକାରୀକୁ ଜରିମାନା ସହିତ ଆଜୀବନ କରାଦଣ୍ଡ ହୋଇଥାଏ।

ସେହିପରି ଋଷିଆରେ ପ୍ରଚଳିତ ଥିବା କ୍ରିମିନାଲ କୋର୍ଡର  ଅନୁଚ୍ଛେଦ ୧୩୧ ଅନୁସାରେ, ଦୁଷ୍କର୍ମକାରୀକୁ ଅତିବେଶୀରେ ୩୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇଥାଏ। ଏହାପୁଣି ଅପରାଧିର ଅପରାଧ ଉପରେ ନିର୍ଭର କରିଥାଏ।

Image result for know-rape-punishment-in-russia-pak-america
The Independent

ପଡ଼ୋଶୀ ପାକିସ୍ତାନରେ ଦୁଷ୍କର୍ମକୁ ଏକ ଜଘନ୍ୟ ଅପରାଧ ଭାବେ ବିବେଚନା କରାଯାଏ। ଏଠାରେ ଦୁଷ୍କର୍ମକାରୀକୁ ମୃତଦଣ୍ଡ ସହିତ କୋଠରରୁ କୋଠର ଦଣ୍ଡ ଦିଆଯାଇଥାଏ। ପାକିସ୍ତାନରେ ହୃଦୁଦ ଅଧ୍ୟାଦେଶରେ ଜିନାହ ଅଲ-ଉବ୍ର (ଦୁଷ୍କର୍ମ) ନିୟମ ଅନୁସାରେ ଗଣଦୁଷ୍କର୍ମକାରୀଙ୍କୁ ବିଶେଷ ଭାବେ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ। ଏତଦବ୍ୟତୀତ ଦୁଷ୍କର୍ମକାରୀଙ୍କୁ ଶାରୀରିକ ଦଣ୍ଡ ଦିଆ ଯିବାର ବିକଳ୍ପ ବି ରହିଛି।

ଉତ୍ତର କୋରିଆ ଏମିତି ଏକ ଦେଶ ଯେଉଁଠାରେ ଦୁଷ୍କର୍ମକାରୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଇଥାଏ। ଏଠାରେ ଦୁଷ୍କର୍ମକାରୀର  ମୁଣ୍ଡକୁ  ସମସ୍ତଙ୍କ ସମ୍ମୁଖରେ ମୁଣ୍ଡ କାଟିବା ପରେ ତାକୁ ଗୁଳି କରି ହତ୍ୟା କରାଯାଏ। ସେହିପରି ଇରାକ୍‌ରେ ଦୁଷ୍କର୍ମକାରୀଙ୍କୁ ପଥର ମାରି ଦୁଷ୍କର୍ମର ଦଣ୍ଡ ଦିଆଯାଇଥାଏ।

ସମ୍ବନ୍ଧିତ ଖବର