ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ନିଜର ବାହାଘର ପଛରେ ଏକ ବଡ଼ ରାଜନୈତିକ ଚାଲ୍ ଥିଲା ବୋଲି କହିଲେଣି। ଏବେ ତେଜ ପ୍ରତାପ ଯାଦବ ଏଥିପାଇଁ ତିନିଜଣଙ୍କୁ ଖଳନାୟକ ବୋଲି କହିଲେଣି। ଏମାନେ ହିଁ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବାହାଘର ଓ ଛାଡପତ୍ର ପାଇଁ ଦାୟୀ ବୋଲି କୁହାଯାଇଛି।
ଏବେ ଆସନ୍ତୁ ଜାଣିବା କିଏ ସେହି ଖଳନାୟକମାନେ। ତେଜ ପ୍ରତାପ ଯାଦବଙ୍କ ଅନୁଯାୟୀ ସେହି ତିନି ଖଳନାୟକ ହେଲେ ତାଙ୍କର ମାମୁଁ ପୁଅ ଓମ୍ପ୍ରକାଶ ଯାଦବ ଓ ନାଗମଣି ଏବେଂ ତୃତୀୟ ଜଣକ ହେଲେ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସଂପର୍କୀୟ ବିପିନ। ଏମାନେ ଦୀର୍ଘ ସମୟ ହେବ ଲାଲୁ-ରାବ୍ରୀ ପରିବାରରେ ରହୁଛନ୍ତି। ଯେତେବେଳେ ଲାଲୁ ପ୍ରସାଦ ଯାଦବ କ୍ଷମତାରେ ନଥିଲେ,ସେତେବେଳେ ତାଙ୍କର ଏହି ଦୁଇ ମାମୁଁ ପୁଅ ଭାଇ ଓମପ୍ରକାଶ ଓ ନାଗମଣି ହିଁ ରାବ୍ରୀ ଦେବୀଙ୍କ କାମ ଦେଖୁଥିଲେ।
/sambad/media/post_attachments/wp-content/uploads/2018/11/tej-pratap-aishrwaya-620x400-1.jpg)
୨୦୧୫ରେ ଯେତେବେଳେ ମହାଗଠବନ୍ଧନର ସରକାର ଆସିଲା,ସେତେବେଳେ ଓମପ୍ରକାଶ ତେଜ ପ୍ରତାପଙ୍କର ବ୍ୟକ୍ତିଗତ ସଚିବ ବନିଥିଲେ। ଖାଲି ସେତିକି ନୁହେଁ ଓମପ୍ରକାଶ ତେଜ ପ୍ରତାପଙ୍କର ମନ୍ତ୍ରାଳୟର ସବୁ ନିଷ୍ପତ୍ତି ବି ନେଉଥିଲେ।ଏରେ ଐଶ୍ୱର୍ଯ୍ୟାଙ୍କ କକା ପୁଅ ଭାଇ ବିପିନଙ୍କୁ ‘ଦୁର୍ଯ୍ୟୋଧନ’ ବୋଲି ବି କହିଛନ୍ତି ତେଜ ପ୍ରତାପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Tej-pratap-1.jpg)