କୋଚି (କେରଳ): ଏକଦା ସୋସିଆଲ ମିଡିଆରେ ଟ୍ରୋଲ ହୋଇ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିବା କୋଚିର ଝିଅ ହନାନ୍ ହମିଦ୍ ଆଜି ପୁଣି ଆଉଥରେ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ଆରମ୍ଭ କରିଛନ୍ତି। ‘ଭାଇରାଲ ଫିସ୍’ ନାମରେ ହନାନ୍ଙ୍କ ଭ୍ରାମ୍ୟମାଣ ମାଛ ଦୋକାନର ଉଦ୍ଘାଟନ ଭିଡିଓ ଓ ଫଟୋ ଆଜି ସୋସିଆଲ ମିଡିଆରେ ଅପ୍ଲୋଡ୍ ହେବା ମାତ୍ରେ ହିଁ ଏହା ବ୍ୟାପକ ମାତ୍ରାରେ ଟ୍ରୋଲ୍ ହେବା ସହ ଆଉଥରେ ଭାଇରାଲ ହେବାକୁ ଆରମ୍ଭ କରିଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ କୋଚିର କଲେଜ ପଢ଼ୁଆ ଝିଅ ହନାନ୍ ତାଙ୍କର ଉଚ୍ଚଶିକ୍ଷା ପାଇଁ ପଢ଼ା ଖର୍ଚ୍ଚ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଆରମ୍ଭରେ କଲେଜ ୟୁନିଫର୍ମ ପିନ୍ଧି ପାଦରେ ଚାଲିଚାଲି ମାଛ ବିକୁ ଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ ହୋଇ ଭାଇରାଲ ହେବା ପରେ ସେ ପାଲଟି ଯାଇଥିଲେ ଇଣ୍ଟରନେଟ୍ ସେନ୍ସେନ। ଏହାପରେ ବିଭିନ୍ନ ଆଡ଼ୁ ତାଙ୍କ ନିକଟକୁ ବଢ଼ି ଆସିଥିଲା ସାହାଯ୍ୟର ହାତ। ଏଥିରେ ସେ ନିଜର ଉଚ୍ଚଶିକ୍ଷା ଖର୍ଚ୍ଚ ଭରଣା କରିବା ସହ ବଳକା ଅର୍ଥରେ ଆରମ୍ଭ କରିଛନ୍ତି ନିଜର ଏକ ବ୍ୟବସାୟ; ଆଉ ଯାହାର ନାଁ ରଖିଛନ୍ତି ‘ଭାଇରାଲ୍ ଫିସ୍’। ଏ ସଂପର୍କରେ ନିଜର ମତ ଦେଇ ସେ କହିଛନ୍ତି ଦେଖନ୍ତୁ ଏ ଭିଡିଓରେ....