ନୂଆଦିଲ୍ଲୀ : କୋଚିନ୍ ଜାହାଜ ନିର୍ମାଣ ସଂସ୍ଥାରେ ଆଜି ଏକ ଜାହାଜରେ ବିସ୍ଫୋରଣ ଘଟି ୫ ଜଣଙ୍କର ପ୍ରାଣହାନୀ ହୋଇଥିବାବେଳେ ପାଖାପାଖି ୧୦ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ କୋଚିନ୍ ଜାହାଜ କାରଖାନାକୁ ମରାମତି ପାଇଁ ଯାଇଥିିବା ଓନ୍ଜିିସି ( ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କାର୍ପୋରେସନ୍)ର ଏକ ଡ୍ରିଲିଂ ଜାହାଜ ‘ସାଗର ଭୂଷଣ’ରେ ଆଜି ପାଖାପାଖି ସକାଳ ୧୦.୪୫ରେ ବିସ୍ଫୋରଣ ହୋଇଥିଲା। ତେବେ କିଛି ସମୟ ମଧ୍ୟରେ ଅଗ୍ନିିକାଣ୍ଡକୁ ନିୟନ୍ତ୍ରଣ କରିନିଆଯାଇଥିଲେ ମଧ୍ୟ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହତ ୧୦ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ୱାସ୍ଥ୍ୟାବସ୍ଥା ଅତୀବ ସଙ୍କଟାପନ୍ନ ରହିଛି ବୋଲି କୋଚି ପୁଲିସ କମିସନର ଏମ୍ଭି ଦିନେଶ କହିଛନ୍ତି। ମରାମତି ପାଇଁ ଯାଇଥିବା ଉକ୍ତ ଜାହାଜର ଅଏଲ୍ ଟ୍ୟାଙ୍କ୍ରେ ବିସ୍ଫୋରଣ ଘଟିଛି। ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଛି ସେ ନେଇ ତଦନ୍ତ ଜାରି ରହିଛି। ତେବେ ପାଖାପାଖି ୩ ଜଣ ଜାହାଜ ମଧ୍ୟରେ ଫଶି ରହିଥିବାରୁ ସେମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରି ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାସହ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
କୋଚିନ୍ ଜାହାଜ କାରଖାନାରେ ଦୁର୍ଘଟଣା: ଓଏନ୍ଜିସି ଜାହାଜରେ ବିସ୍ଫୋରଣ ଘଟି ୫ ମୃତ, ୧୦ ଆହତ
/sambad/media/post_attachments/wp-content/uploads/2018/02/cochin-shipyard-r.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)